ବିଏସଏଫ ଦୁଇ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି,ହେରୋଇନ ,ଡ୍ରୋନ୍ ଜବତ
ଚଣ୍ଡିଗଡ଼, 4ଅଗଷ୍ଟ(ହି.ସ)-ସୀମା ସୁରକ୍ଷା ବାହିନୀ(ବିଏସଏଫ) ସୀମାବର୍ତ୍ତୀ ଜିଲ୍ଲା ତରନତାରନରେ ପାକିସ୍ତାନର ଡ୍ରୋନ୍ କାର୍ଯ୍ୟକଳାପକୁ ନିଷ୍କ୍ରିୟ କରିବା ସହିତ ସୀମା ସୁରକ୍ଷା ବଳ (BSF) ଗ୍ରାମ କଲସିଆନରୁ ଦୁଇ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି।ବିଏସଏଫ ସେମାନଙ୍କ
ବିଏସଏଫ ଦୁଇ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି,ହେରୋଇନ ,ଡ୍ରୋନ୍ ଜବତ


ଚଣ୍ଡିଗଡ଼, 4ଅଗଷ୍ଟ(ହି.ସ)-ସୀମା ସୁରକ୍ଷା

ବାହିନୀ(ବିଏସଏଫ) ସୀମାବର୍ତ୍ତୀ ଜିଲ୍ଲା ତରନତାରନରେ ପାକିସ୍ତାନର ଡ୍ରୋନ୍ କାର୍ଯ୍ୟକଳାପକୁ

ନିଷ୍କ୍ରିୟ କରିବା ସହିତ ସୀମା ସୁରକ୍ଷା ବଳ (BSF) ଗ୍ରାମ କଲସିଆନରୁ

ଦୁଇ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି।ବିଏସଏଫ ସେମାନଙ୍କ କବଜାରୁ 610 ଗ୍ରାମ ହେରୋଇନ୍

ଜବତ କରିଛି।ବିଏସଏଫ ମୁଖପାତ୍ରଙ୍କ ଅନୁଯାୟୀଗତକାଲି ସନ୍ଧ୍ୟାରେ

ବିଏସଏଫ ତରନତାରନ ତଥା ଫିରୋଜପୁର ସେକ୍ଟରରେ ପଞ୍ଜାବ ପୋଲିସ ସହିତ ମିଶି ଏକ ସର୍ଚ୍ଚ ଅପରେସନ୍

କରିଥିଲା। ଏହି ସମୟରେଫିରୋଜପୁରରେ ବିଏସଏଫ

ଏବଂ ପଞ୍ଜାବ ପୋଲିସ ଏକ ଡିଜେଆଇ ମାବିକ 3 କ୍ଲାସିକ୍ ଡ୍ରୋନ୍ ଉଦ୍ଧାର କରିଛି। କଲସିଆନ୍ ଗ୍ରାମ

ନିକଟରେ ଦୁଇଜଣ ଚୋରା ଚାଲାଣକାରୀଙ୍କୁ ଧରାଯାଇଥିଲା। ସେମାନଙ୍କଠାରୁ 610 ଗ୍ରାମ ହେରୋଇନ୍

ଉଦ୍ଧାର କରାଯାଇଛି।ଏହାପୂର୍ବରୁପଞ୍ଜାବ ପୋଲିସ

ସହିତ ଏକ ମିଳିତ ଅଭିଯାନରେ, ତରନତାରନର ନୁରୱାଲା ନିକଟରେ ଏକ ପ୍ଲାଷ୍ଟିକ୍

କଣ୍ଟେନରରୁ 755 ଗ୍ରାମ ହେରୋଇନ୍ ଜବତ କରାଯାଇଥିଲା। ବିଏସଏଫ ଅନୁଯାୟୀସୀମା ପାର ମାଦକ ପଦାର୍ଥ

ଚୋରା ଚାଲାଣ ପ୍ରୟାସକୁ ବିଫଳ କରିବାରେ ବିଏସଏଫର

ସତର୍କତା, ସଠିକ୍ ଗୁଇନ୍ଦା ସୁଚନା ଏବଂ ପଞ୍ଜାବ ପୋଲିସ ସହିତ ନିର୍ବିଘ୍ନ ସମନ୍ୱୟକୁ

ପ୍ରତିଫଳିତ କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande