ନୂଆଦିଲ୍ଲୀ, ୪ ଅଗଷ୍ଟ (ହି.ସ.)- ରେଳ ଯାତ୍ରୀଙ୍କ ସୁବିଧାକୁ ଧ୍ୟାନରେ ରଖି ଉତର ରେଳବାଇ ସହରସା ଜଙ୍କସନ୍ ଏବଂ ଆନନ୍ଦ ବିହାର ଟର୍ମିନାଲ ମଧ୍ୟରେ ଏକ ସ୍ୱତନ୍ତ୍ର ଏୟାର କଣ୍ଡିସନ୍ ଟ୍ରେନ୍ ଚଲାଇବ । ଉତର ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ହିମାଂଶୁ ଶେଖର ଉପାଧ୍ୟାୟ ସୋମବାର ଏକ ବିବୃତିରେ କହିଛନ୍ତି ଯେ, ଏହି ସ୍ୱତନ୍ତ୍ର ଟ୍ରେନ୍ (୦୫୫୭୫/୦୫୫୭୬) ଦୁଇଟି ପର୍ଯ୍ୟାୟରେ ଚାଲିବ । ଏହି ଟ୍ରେନ୍ ୬ ଏବଂ ୧୩ ଅଗଷ୍ଟରେ ସହରସାରୁ ଛାଡ଼ିବ, ଯେତେବେଳେ ଆନନ୍ଦ ବିହାର ଟର୍ମିନାଲରୁ ଫେରିବା ତାରିଖ ୫ ଏବଂ ୧୨ ଅଗଷ୍ଟ ସ୍ଥିର କରାଯାଇଛି ।
ଟ୍ରେନ୍ ନମ୍ବର ୦୫୫୭୫ - ସହରସା ଜଙ୍କସନ୍ ରୁ ଆନନ୍ଦ ବିହାର ଟର୍ମିନାଲ ପାଇଁ ରାତି ୮ ଟାରେ ଛାଡ଼ିବ । ଏହି ଟ୍ରେନ୍ ପରଦିନ ୦୦:୩୦ ରେ ଆନନ୍ଦ ବିହାର ଟର୍ମିନାଲରେ ପହଂଚିବ । ଏହା ଗଢ଼ ବରୁଆରି, ସୁପୌଲ, ସରାୟଗଢ଼, ନିର୍ମଲୀ, ଘୋଗରଡିହା, ଝଂଝାରପୁର, ସକରି, ଦରବଙ୍ଗା, ଜନକପୁର ରୋଡ୍, ସୀତାମଢୀ, ବୈରଗନିୟାଂ, ରାକ୍ସଲ, ନରକଟିୟାଗଞ୍ଜ, ବଗହା, କପ୍ତାନଗଞ୍ଜ, ଗୋରଖପୁର, ବସ୍ତି, ଗୋଂଡା, ସୀତାପୁର, ଶାହଜହାନ ପୁର, ବରେଲି, ମୁରାଦାବାଦ ଏବଂ ଗାଜିଆବାଦ ଷ୍ଟେସନରେ ରହିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ