ବାରାଣସୀରେ ବନ୍ୟା ଯୋଗୁଁ ସ୍ଥିତି ବେହାଲ୍‌, ସହରାଚଂଳରେ ଲୋକଙ୍କ ଘରେ ପଶିଲା ପାଣି
ବାରାଣସୀ, ୪ ଅଗଷ୍ଟ (ହି.ସ.)- ପର୍ବତ ଏବଂ ସମତଳ ଅଂଚଳରେ ପ୍ରବଳ ବର୍ଷା ଯୋଗୁଁ ଉତର ପ୍ରଦେଶର ବାରାଣସୀରେ ଗଙ୍ଗା ନଦୀ ଭୟଙ୍କର ରୂପ ନେଇଛି । ଦୁଇ ଦିନ ପୂର୍ବରୁ ଗଙ୍ଗା ନଦୀର ଜଳ ସ୍ତର ୭୧.୨୬ ମିଟର ବିପଦ ସଂକେତ ଅତିକ୍ରମ କରି ୭୩.୯୦୧ ମିଟର ବନ୍ୟାର ସର୍ବୋଚ୍ଚ ବିନ୍ଦୁରେ ପହଂଚିଛି । ଗଙ୍ଗାର ପାଣି ସହର
ବାରାଣସୀରେ ବନ୍ୟା ଯୋଗୁଁ ସ୍ଥିତି ବେହାଲ୍‌, ସହରାଚଂଳରେ ଲୋକଙ୍କ ଘରେ ପଶିଲା ପାଣି


ବାରାଣସୀ, ୪ ଅଗଷ୍ଟ (ହି.ସ.)- ପର୍ବତ ଏବଂ ସମତଳ ଅଂଚଳରେ ପ୍ରବଳ ବର୍ଷା ଯୋଗୁଁ ଉତର ପ୍ରଦେଶର ବାରାଣସୀରେ ଗଙ୍ଗା ନଦୀ ଭୟଙ୍କର ରୂପ ନେଇଛି । ଦୁଇ ଦିନ ପୂର୍ବରୁ ଗଙ୍ଗା ନଦୀର ଜଳ ସ୍ତର ୭୧.୨୬ ମିଟର ବିପଦ ସଂକେତ ଅତିକ୍ରମ କରି ୭୩.୯୦୧ ମିଟର ବନ୍ୟାର ସର୍ବୋଚ୍ଚ ବିନ୍ଦୁରେ ପହଂଚିଛି । ଗଙ୍ଗାର ପାଣି ସହରାଚଂଳରେ ପହଂଚି ଲୋକଙ୍କ ଘର ଭିତରକୁ ପ୍ରବେଶ କରିବା ଆରମ୍ଭ କରିଛି, ଯାହା ଲୋକଙ୍କ ସମସ୍ୟାକୁ ବଢାଇ ଦେଇଛି । ମଣିକର୍ଣ୍ଣିକା ଘାଟରେ ଶବଦାହ ପାଇଁ ଡ଼ଙ୍ଗା ସାହାଯ୍ୟରେ ପ୍ଲାଟଫର୍ମକୁ ନେବାକୁ ପଡୁଛି । ବନ୍ୟାର ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଛି । ପ୍ରଭାବିତ ଅଂଚଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

କେନ୍ଦ୍ରୀୟ ଜଳ ଆୟୋଗରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ବାରାଣସୀରେ ଗଙ୍ଗାର ଜଳସ୍ତର ୭୨ ମିଟର ଅତିକ୍ରମ କରିଛି । ସକାଳ ୮ଟାରେ ଗଙ୍ଗାର ଜଳସ୍ତର ୭୨.୦୩ ମିଟର ରେକର୍ଡ କରାଯାଇଛି । ପ୍ରତି ଘଂଟାରେ ଜଳସ୍ତର ହାରାହାରି ଗୋଟିଏ ସେଂଟିମିଟର ବୃଦ୍ଧି ପାଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande