ରାଞ୍ଚି, ୦୪ ଅଗଷ୍ଟ (ହି.ସ.)-
ଝାଡ଼ଖଣ୍ଡ ସରକାର ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଶିବୁ ସୋରେନଙ୍କ
ମୃତ୍ୟୁରେ ତିନି ଦିନିଆ ରାଜକୀୟ ଶୋକ ଘୋଷଣା କରିଛନ୍ତି। ଝାଡ଼ଖଣ୍ଡରେ ଏହି ସମୟରେ କୌଣସି ମଧ୍ୟ ସରକାରୀ
କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ। ଶୋକ ସମୟରେ ଜାତୀୟ ପତାକା ଅଧା ନଇଁକି ରହିବ। ୪ ଏବଂ ୫ ଅଗଷ୍ଟରେ ରାଜ୍ୟର ସମସ୍ତ ସରକାରୀ
କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ। ଏ ସମ୍ପର୍କରେ ସୋମବାର ଝାଡ଼ଖଣ୍ଡ ସରକାରଙ୍କ ମନ୍ତ୍ରୀମଣ୍ଡଳ
ସଚିବାଳୟ ଏବଂ ମନିଟରିଂ ବିଭାଗ ପକ୍ଷରୁ ଏକ ଚିଠି ଜାରି କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା