ଉଜ୍ଜୟିନୀରେ ଆଜି ବାହାରିବ ଭଗବାନ ମହାକାଳଙ୍କ ଶ୍ରାବଣମାସର ଚତୁର୍ଥ ସବାରୀ
ଭୋପାଳ, 4 ଅଗଷ୍ଟ (ହି.ସ.)-ମଧ୍ୟ ପ୍ରଦେଶର ଉଜ୍ଜୟିନ ସ୍ଥିତ ବିଶ୍ୱ ପ୍ରସିଦ୍ଧ ଜ୍ଞାନରୂପ ଜ୍ୟୋତିର୍ଲିଙ୍ଗ ଭଗବାନ ମହାକାଳେଶ୍ୱରଙ୍କର ଶ୍ରାବଣ/ଭାଦ୍ରପଦ ମାସରେ ବାହାରୁଥିବା ସବାରିର ଅନୁସୂଚୀ ଅନୁଯାୟୀ, ଆଜି (ସୋମବାର) ଶ୍ରାବଣ ମାସର ଚତୁର୍ଥ ସବାରି ଧୁମଧାମର ସହ ବାହାରିବ। ଏହି ସମୟ
ଉଜ୍ଜୟିନୀରେ ଆଜି ବାହାରିବ     ଭଗବାନ ମହାକାଳଙ୍କ ଶ୍ରାବଣମାସର ଚତୁର୍ଥ ସବାରୀ


ଭୋପାଳ, 4 ଅଗଷ୍ଟ (ହି.ସ.)-ମଧ୍ୟ ପ୍ରଦେଶର ଉଜ୍ଜୟିନ

ସ୍ଥିତ ବିଶ୍ୱ ପ୍ରସିଦ୍ଧ ଜ୍ଞାନରୂପ ଜ୍ୟୋତିର୍ଲିଙ୍ଗ ଭଗବାନ ମହାକାଳେଶ୍ୱରଙ୍କର

ଶ୍ରାବଣ/ଭାଦ୍ରପଦ ମାସରେ ବାହାରୁଥିବା ସବାରିର ଅନୁସୂଚୀ ଅନୁଯାୟୀ, ଆଜି (ସୋମବାର) ଶ୍ରାବଣ ମାସର ଚତୁର୍ଥ ସବାରି ଧୁମଧାମର ସହ ବାହାରିବ। ଏହି ସମୟରେ

ଅବନ୍ତିକାନାଥ ନଗର ଭ୍ରମଣ କରି ତାଙ୍କର ପ୍ରଜାଙ୍କ ଖବର ଜାଣିବେ। ସବାରି ସମୟରେ ଭଗବାନ ମହାକାଳ

ଚାରିଟି ସ୍ୱରୂପରେ ଭକ୍ତମାନେଙ୍କୁ ଦର୍ଶନ ଦେବେ ।ଶ୍ରୀ ଚନ୍ଦ୍ରମୌଳିଶ୍ୱର ରୂପେ ପାଳକୀ ଉପରେ, ଶ୍ରୀ ମନମହେଶ ରୂପେ ହାତୀ ଉପରେ, ଶ୍ରୀ ଶିବ-ତାଣ୍ଡବ ରୂପେ

ଗରୁଡ଼ ରଥ ଉପରେ, ଓ ଶ୍ରୀ ଉମା-ମହେଶ ରୂପେ ନନ୍ଦୀ ଉପରେ ବିରାଜମାନ ହୋଇ ନଗର ଭ୍ରମଣ

କରିବେ। ସବାରି ସମୟରେ ଜନଜାତି ଗୋଷ୍ଠୀର କଳାକାରମାନେ ସାଂସ୍କୃତିକ ପରିବେଷଣ ।

ମହାକାଳେଶ୍ୱର ମନ୍ଦିର

ପ୍ରବନ୍ଧ ସମିତିର ଅଧ୍ୟକ୍ଷ ଏବଂ ଉଜ୍ଜୟିନ କଲେକ୍ଟର ରୋଶନ କୁମାର ସିଂହ କହିଛନ୍ତି ଯେ ଭଗବାନ

ମହାକାଳଙ୍କ ଏହି ସବାରି ସନ୍ଧ୍ୟା 4ଟାରେ ମନ୍ଦିରରୁ ବାହାରିବ। ଚତୁର୍ଥ ସବାରିର ବିଷୟବସ୍ତୁ

(ଥିମ୍) ମଧ୍ୟ ପ୍ରଦେଶର ପ୍ରମୁଖ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ଆଧାର କରି ରଖାଯାଇଛି। ସବାରି ବାହାରିବା

ପୂର୍ବରୁ ମହାକାଳେଶ୍ୱର ମନ୍ଦିରର ସଭାମଣ୍ଡପରେ ଭଗବାନ ଚନ୍ଦ୍ରମୌଳିଶ୍ୱରଙ୍କ ବିଧିପୂର୍ବକ

ପୂଜା-ଅର୍ଚ୍ଚନ କରାଯିବ। ତା’ପରେ ଭଗବାନ ପାଲିକୀରେ

ବିରାଜିତ ହୋଇ ନଗର ଭ୍ରମଣ କରିବେ । ମନ୍ଦିରର ମୁଖ୍ୟ ଦ୍ୱାରରେ ସଶସ୍ତ୍ର ପୁଲିସ ବଳର ଜବାନମାନେ

ପାଲିକୀରେ ବିରାଜିତ ଭଗବାନଙ୍କୁ ସଲାମି ଦେବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande