କୋଲକାତା, 4 ଅଗଷ୍ଟ (ହି.ସ.)-ପଶ୍ଚିମ ବଙ୍ଗର
ଜଙ୍ଗଲମହଳ ଅଞ୍ଚଳରେ ଥିବା ଗଡ଼ବେତା ରେଲୱେ ଷ୍ଟେସନ୍ ନିକଟ ରେଳ ଧାରଣାରେ ଘଟିଥିବା ବିସ୍ଫୋରଣ ଯୋଗୁ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣା ରବିବାର ଘଟିଥିଲେ ମଧ୍ୟ,
ରେଲୱେ ପ୍ରଶାସନ ଏହାକୁ ସୋମବାର ଦିନ ନିଶ୍ଚିତ କରିଛି।
ବିସ୍ଫୋରଣ ଘଟିବାର କିଛି
ମିନିଟ୍ ପୂର୍ବରୁ ନୂଆଦିଲ୍ଲୀ-ହାୱଡା ରାଜଧାନୀ ଏକ୍ସପ୍ରେସ ଟ୍ରେନ୍ ଏହି ସ୍ଥାନ ଦେଇ ଯାଇଥିଲା।
ଘଟଣାର ସୂଚନା ମିଳିବା ପରେ ରେଲୱେ ଅଧିକାରୀମାନେ ଓ ଫୋରେନ୍ସିକ୍ ଟିମ୍ ଘଟଣାସ୍ଥଳରେ
ପହଞ୍ଚିଥିଲେ। ଏପର୍ଯ୍ୟନ୍ତ ଏହି ଘଟଣାରେ କାହାରି ଆହତ ହେବା ସୂଚନା ମିଳିନାହିଁ।
ରେଲୱେ ଅଧିକାରୀମାନେ କହିଛନ୍ତି ଯେ ରବିବାର
ସନ୍ଧ୍ୟା 4:12 ରେ ନୂଆଦିଲ୍ଲୀ-ହାୱଡା ରାଜଧାନୀ ଏକ୍ସପ୍ରେସ
ଗଡ଼ବେତା ରେଲୱେ ଷ୍ଟେସନ୍ ଦେଇ ଚାଲିଯିବା ପରେ କିଛି ସମୟ ମଧ୍ୟରେ ବିସ୍ଫୋରଣ ଘଟିଥିଲା।
ଟ୍ରେନ୍ ତିନି କିଲୋମିଟର୍
ଆଗକୁ ଶିଳାବତୀ ପୋଲ୍ ନିକଟରେ ପହଞ୍ଚିବା ସମୟରେ ଚାଳକ ଏକ ଭୟଙ୍କର ବିସ୍ଫୋରଣ ଶବ୍ଦ ଶୁଣିଥିଲେ। ତଥାପି,
ଚାଳକ ଟ୍ରେନ୍କୁ ବନ୍ଦ କରିନଥିଲେ ଓ ଯାତ୍ରା ଜାରି
ରଖିଥିଲେ ଏବଂ ପରବର୍ତ୍ତୀ ଷ୍ଟେସନ୍କୁ ପହଞ୍ଚି ଉଚ୍ଚ ଅଧିକାରୀମାନଙ୍କୁ ଏହି ଘଟଣା ବିଷୟରେ
ସୂଚନା ଦେଇଥିଲେ।
ଟ୍ରେନ୍ ବାଙ୍କୁଡ଼ା ରେଲୱେ ଷ୍ଟେସନରେ ପହଞ୍ଚିଲା,
ପ୍ରାୟ 30 ମିନିଟ୍ ପର୍ଯ୍ୟନ୍ତ ରୋକି ରଖାଯିବା ସହିତ
ତଦନ୍ତ କରାଯିବା ପରେ ଟ୍ରେନ୍କୁ ଆଗକୁ ଯିବା ପାଇଁ ଅନୁମତି ଦିଆଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା