ଶିବୁ ସୋରେନଙ୍କ ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
ଭୁବନେଶ୍ୱର, 4 ଅଗଷ୍ଟ (ହି.ସ.) - ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଝାରଖଣ୍ଡର ପୂର୍ବ ମୁଖ
ଶିବୁ ସୋରେନଙ୍କ ବିୟୋଗରେ     ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ


ଭୁବନେଶ୍ୱର, 4 ଅଗଷ୍ଟ (ହି.ସ.)

- ଝାରଖଣ୍ଡର

ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ

କହିଛନ୍ତି ଯେ,

ଝାରଖଣ୍ଡର ପୂର୍ବ

ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କର ବିୟୋଗ ଦୁଃଖଦ ଅଟେ। ସେ ତାଙ୍କ ଦୀର୍ଘ ସାର୍ବଜନୀନ ଜୀବନରେ

ବଞ୍ଚିତ, ଶ୍ରମିକ ଏବଂ

ବିଶେଷକରି ଆଦିବାସୀ ସମାଜର ଅଧିକାର ପାଇଁ ସବୁବେଳେ ସଂଘର୍ଷ ଏବଂ ଆନ୍ଦୋଳନ କରିଥିଲେ। ତାଙ୍କର

ଦେହାନ୍ତ କେବଳ ଝାରଖଣ୍ଡ ପାଇଁ ନୁହେଁ, ସମଗ୍ର ଦେଶର ଜନଜାତି ସମାଜ ଏବଂ ରାଜନୈତିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।

ଇଶ୍ୱର ଦିବଂଗତ ଆତ୍ମାକୁ ନିଜ ଶ୍ରୀଚରଣରେ ସ୍ଥାନ

ଦିଅନ୍ତୁ ଏବଂ ହେମନ୍ତ ସୋରେନଜୀ ସହିତ ସମସ୍ତ ଶୋକସନ୍ତପ୍ତ ପରିବାରଜନ ଓ ସମର୍ଥକଙ୍କୁ ଏହି ଦୁଃଖ

ସହିବାକୁ ଶକ୍ତି ଦିଅନ୍ତୁ ବୋଲି କାମନା କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande