ଶିବୁ ସୋରେନଙ୍କ ବିୟୋଗରେ ପିଏମ ମୋଦିଙ୍କ ଦୁଃଖ
ନୂଆଦିଲ୍ଲୀ, 4 ଅଗଷ୍ଟ (ହି.ସ.)-ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ତାଙ୍କ ସମୟର ନେତା ଥିଲେ ଏବଂ ତାଙ୍କ ଦେହାନ୍ତରେ ମୁଁ ଦୁଃଖିତ। ପ୍ରଧାନମନ୍ତ୍
ଶିବୁ ସୋରେନଙ୍କ ବିୟୋଗରେ     ପିଏମ ମୋଦିଙ୍କ ଦୁଃଖ


ନୂଆଦିଲ୍ଲୀ, 4 ଅଗଷ୍ଟ (ହି.ସ.)-ଝାରଖଣ୍ଡର ପୂର୍ବତନ

ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ

କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ତାଙ୍କ ସମୟର ନେତା ଥିଲେ ଏବଂ ତାଙ୍କ ଦେହାନ୍ତରେ

ମୁଁ ଦୁଃଖିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଏକ୍ସରେ ଏକ ବାର୍ତ୍ତା ଜାରି କରି

ଲେଖିଛନ୍ତି ଯେ, ଶିବୁ ସୋରେନ ଜଣେ ତୃଣମୂଳ ନେତା ଥିଲେ,

ଯିଏ ଜନତା ପ୍ରତି ଅତୁଟ ସମର୍ପଣ ସହ ଜନସେବାରେ ଅଗ୍ରସର

ହୋଇଥିଲେ। ସେ ଆଦିବାସୀ ସମୁଦାୟ, ଗରିବ ଏବଂ ବଞ୍ଚିତ ଲୋକମାନଙ୍କ ପାଇଁ ନିଜକୁ ସମର୍ପିତ କରିଥିଲେ। ତାଙ୍କର ଦେହାନ୍ତରେ

ଦୁଃଖଦ। ମୋର ସମବେଦନା ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସହିତ ଅଛି। ଝାରଖଣ୍ଡ ମୁଖ୍ୟମନ୍ତ୍ରୀ

ହେମନ୍ତ ସୋରେନଙ୍କ ସହ କଥା ହୋଇ ସମବେଦନା ଜଣାଇଛି। ଓମ୍ ଶାନ୍ତି।

ଏଠାରେ ଉଲ୍ଲେଖନୀୟ ଯେ,

ଝାରଖଣ୍ଡର ପୂର୍ବ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କର

ସୋମବାର ସକାଳ ଦିଲ୍ଲୀର ସାର ଗଙ୍ଗା ରାମ ହସ୍ପିଟାଲରେ ଦେହାନ୍ତ ଘଟିଛି। ସେ 81 ବର୍ଷ ବୟସର

ଥିଲେ ଏବଂ ଗତ ଏକ ମାସ ଧରି କିଡନି ସମ୍ବନ୍ଧୀୟ ରୋଗ ପାଇଁ ହସ୍ପିଟାଲରେ ଭର୍ତ୍ତି ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande