ସାର୍ ଗଙ୍ଗାରାମ ହସ୍ପିଟାଲରେ ଶିବୁ ସୋରେନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ରାହୁଲ ଓ ଖଡଗେ
ନୂଆଦିଲ୍ଲୀ, 4 ଅଗଷ୍ଟ (ହି.ସ.) -ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରତିଷ୍ଠାତା ଏବଂ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ବିୟୋଗ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର ଦିନ ଦିଲ୍ଲୀର ସାର ଗ
ସାର୍ ଗଙ୍ଗାରାମ ହସ୍ପିଟାଲରେ     ଶିବୁ ସୋରେନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ରାହୁଲ ଓ ଖଡଗେ


ନୂଆଦିଲ୍ଲୀ, 4 ଅଗଷ୍ଟ (ହି.ସ.)

-ଝାରଖଣ୍ଡ ମୁକ୍ତି

ମୋର୍ଚ୍ଚାର ପ୍ରତିଷ୍ଠାତା ଏବଂ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ବିୟୋଗ

ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ

ଶନିବାର ଦିନ ଦିଲ୍ଲୀର ସାର ଗଙ୍ଗା ରାମ ହସ୍ପିଟାଲ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

କରିଛନ୍ତି।

ଉଭୟ ନେତା ଶୋକସନ୍ତପ୍ତ

ପରିବାରଙ୍କୁ ଭେଟିବା ସହ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସାନ୍ତ୍ୱନା ଦେଇଛନ୍ତି। ଏହା ପରେ

ସେମାନେ ହେମନ୍ତଙ୍କୁ ଆଲିଙ୍ଗନ କରି ସମବେଦନା ବ୍ୟକ୍ତ କରିଥିଲେ। ଖଡ଼ଗେ ଓ ରାହୁଲ ଗାନ୍ଧୀ ଉଭୟେ

ନେତା କହିଛନ୍ତି ଯେ ଶିବୁ ସୋରେନଙ୍କ ଦେହାନ୍ତ ଝାରଖଣ୍ଡର ରାଜନୀତି ଓ ଆଦିବାସୀ ସମାଜ ପାଇଁ ଏକ

ଅପୂରଣୀୟ କ୍ଷତି। ସେମାନେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଙ୍କ ସ୍ତ୍ରୀ କଳ୍ପନା ସୋରେନ

ପ୍ରତି ଗଭୀର ସମବେଦନା ବ୍ୟକ୍ତ କରି ଏହି ଦୁଃଖର ସମୟରେ ତାଙ୍କ ସହ ଅଛନ୍ତି ବୋଲି କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande