ଗଙ୍ଗାରାମ ହସ୍ପିଟାଲରେ ଶିବୁ ସୋରେନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, 4 ଅଗଷ୍ଟ (ହି.ସ.)-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଦିଲ୍ଲୀର ସାର ଗଙ୍ଗା ରାମ ହସ୍ପିଟାଲରେ ଝାରଖଣ୍ଡର ପୂର୍ବ ମୁଖ୍ୟମନ୍ତ୍ରୀ ଓ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ର ପ୍ରତିଷ୍ଠାତା ଶିବୁ ସୋରେନଙ୍କୁ ଶ୍ରଦ
ଗଙ୍ଗାରାମ ହସ୍ପିଟାଲରେ ଶିବୁ     ସୋରେନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ


ନୂଆଦିଲ୍ଲୀ, 4 ଅଗଷ୍ଟ (ହି.ସ.)-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ସୋମବାର ଦିନ ଦିଲ୍ଲୀର ସାର ଗଙ୍ଗା ରାମ ହସ୍ପିଟାଲରେ ଝାରଖଣ୍ଡର ପୂର୍ବ

ମୁଖ୍ୟମନ୍ତ୍ରୀ ଓ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ର ପ୍ରତିଷ୍ଠାତା ଶିବୁ ସୋରେନଙ୍କୁ

ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉଭୟ ନେତା ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ବ୍ୟକ୍ତ

କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି

ହସ୍ପିଟାଲରେ ଶିବୁ ସୋରେନଙ୍କ ପୁତ୍ର ଏବଂ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟି ଶୋକ

ବ୍ୟକ୍ତ କରିଛନ୍ତି। ପରେ ସେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ,

ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି । ଦୁଃଖର

ଏହି ସମୟରେ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛି । ତାଙ୍କ ସମଗ୍ର ଜୀବନ ଜନଜାତି ସମୁଦାୟର

କଳ୍ୟାଣ ପାଇଁ ସମର୍ପିତ ଥିଲା, ଏହିପାଇଁ ସେ ସର୍ବଦା ସ୍ମରଣୀୟ ରହିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande