ମା ତାରିଣି ପିଜି ଗ୍ରୁପ ଡ୍ରାଗନ ଫ୍ରୂଟ ଚାଷ କରି ସ୍ୱାବଲମ୍ବୀ
କେନ୍ଦୁଝର, ୬ ଅଗଷ୍ଟ (ହି.ସ.) - କେନ୍ଦୁଝରରେ ପୁଣି ଡ୍ରାଗନ ଫ୍ରୁଟ ଚାଷ, ଏହି ଦୃଶ୍ୟ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କେନ୍ଦୁଝର ଜିଲ୍ଲାର କୁଣ୍ଡୁଳା ଗ୍ରାମ ପଂଚାୟତର ସାହାରପଡା ବ୍ଲକର କୁଣ୍ଡୁଳ ତାଳପଦା ଗ୍ରାମରେ ହେଉଛି ଡ୍ରାଗନ ଫୁଟର ଚାଷଭୂଳି ଚାଷ ଆଖପାଖ ଲୋକଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି ସେ
ମା ତାରିଣି ପିଜି ଗ୍ରୁପ ଡ୍ରାଗନ ଫ୍ରୂଟ ଚାଷ କରି ସ୍ୱାବଲମ୍ବୀ


କେନ୍ଦୁଝର, ୬ ଅଗଷ୍ଟ (ହି.ସ.) - କେନ୍ଦୁଝରରେ ପୁଣି ଡ୍ରାଗନ ଫ୍ରୁଟ ଚାଷ, ଏହି ଦୃଶ୍ୟ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କେନ୍ଦୁଝର ଜିଲ୍ଲାର କୁଣ୍ଡୁଳା ଗ୍ରାମ ପଂଚାୟତର ସାହାରପଡା ବ୍ଲକର କୁଣ୍ଡୁଳ ତାଳପଦା ଗ୍ରାମରେ ହେଉଛି ଡ୍ରାଗନ ଫୁଟର ଚାଷଭୂଳି ଚାଷ ଆଖପାଖ ଲୋକଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି ଖୁସି ବି ଦେଇଛି ।

କପୁଣ୍ଡି ସ୍ଥିତ ସି.ୱାଈ.ଏସ.ଡି ସି ସ୍ୱେଚ୍ଛାସେବୀ ଅନୁଷ୍ଠାନ ର.ଏ.ପି.ସି ମାଧ୍ୟମ ରେ ଜିଲ୍ଲା ଖଣିଜ ପାଣ୍ଠି ନାମକ ପ୍ରୋଜେକ୍ଟ ପ୍ରତିଷ୍ଠାନ ସହାୟତାରେ ପ୍ରଥମେ ୧ ଏକର ୨୦ ଡିସିମିଲ ଜାଗା ରେ ଏହି ଡ୍ରାଗନ୍ ଫ୍ରୁଟ୍ ଚାଷ ଆରମ୍ଭ ହୋଇଥିଲା । କୁଣ୍ଡୁଳା ଗ୍ରାମ ପଂଚାୟତର ତାଳପଦା ଗ୍ରାମର ମା ତାରିଣୀ ପିଜି ଗ୍ରୁପର ମହିଳା ମାନେ ଏହି ଚାଷ କରି ପାଖା ପାଖୂ ତିନି ବର୍ଷ ବର୍ଷ ହୋଇଗ ଆସୁଛନ୍ତି । ଅନେକ ଜାଗାରେ ପାରମ୍ପରିକ ଚାଷ ଛାଡ଼ି ଏବେ ନୂତନ ଚାଷ କରି କରିବାକୁ ଆଗ୍ରହ ପ୍ରକାଶ କରୁଥିବାର ଦେଖିବାକୁ ମିଳିଛି। ସୁଦୂର ଟିଟିଲାଗଡରୁ ୧୭୨୦ ଗୋଟି ଚାରା ଆଣି ଏହି ଚାଷ ଆରମ୍ଭକରିଥିଲେ । ସିମେଂଟ ଖୁଂଟ ସାହାଯ୍ୟରେ ଗଛ ଗୁଡ଼ିକୁ ବାନ୍ଧି ରଖିବା ସହ ବୁନ୍ଦା ଜଳ ସେଚନ ପ୍ରକ୍ରିୟାରେ ଏହି ଚାଷ କରାଯାଉଛି । ବର୍ଷକ ପରେ ଏହାର ଫଳ ଆସିଥିଲା। ପ୍ରତ୍ୟେକ ବର୍ଷ ଏହାର ଫଳ ବଢିବା ସହିତ ଏ ଅଞ୍ଚଳରେ ଏହି ଡ୍ରାଗନ୍ ଫ୍ରୁଟ୍ସର ଚାହିଦା ଦିନକୁ ବଢ଼ି ଚାଲି ଥୂବାବେଳେ ଆଖ ପାଖ ଲୋକାଲ ମାର୍କେଟ ରେ କଜି ପ୍ରତି ୨୦୦ ଟଙ୍କା ରେ ବିକ୍ରି କରି ବେଶ ଲାଭବାନ ହେଇ ପାରୁଛନ୍ତି ଏବେ ଏହି ଫଳ ବଜାରରେ ବି ବେଶ ଚାହିଦା ବଢିଛି । ଆଉ କନ୍ଦୁଝର ମାଟିରେ ଏଭଳି ଫଳ ବେଶ ଭଲ ଭାବରେ ଫଳିବା ଚାଷୀଙ୍କ ପାଇଁ ଏକ ଭଳି ହୋଇଛି । ଏହି ଚାଷ ପ୍ରେରଣା କରିବାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସି ୱା ଇ ଏସ ଡି ତରଫରୁ ପ୍ରୀତିନନ୍ଦା ବେଉରା,ସଞ୍ଜୟ କୁମାର ସେଠୀ,ତୋଫାନ କୁମାର ସେଠୀ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande