ଖଣିବିଭାଗ ଓ ପୋଲିସ୍‌ର ମିଳିତ ଚଢାଉ ୩ ଟ୍ରାକ୍ଟର ସହ ଜେସିବି ମେସିନ୍ ଜବତ
ଘଟଗାଁ, ୦୬ ଅଗଷ୍ଟ(ହି.ସ.) – ଆନନ୍ଦପୁର ଉପଖଣ୍ଡ ବିଭିନ୍ନ ବାଲିଘାଟରେ ଖଣିବିଭାଗ ଓ ପୋଲିସ୍‌ର ମିଳିତ ଚଢ଼ାଉ ଫଳରେ ୩ ବାଲି ବୋଝେଇ ଟ୍ରାକ୍ଟର, ଏକ ଜେସିବି ମେସିନ୍ ଜବଦ ସମେତ ଡ୍ରାଇଭରକୁ ଅଟକ ରଖିଥିବା ଜଣାପଡ଼ିଛି। ଚୋରା ବାଲି ଉତୋଳନ ହୋଇ ଚାଲାଣ ହେଉଥିବା ଖବରପାଇ ଆଜି ଖଣିବିଭାଗ ଘଷିପୁରା ପୋଲିସ୍ ସହାୟତ
ଖଣିବିଭାଗ ଓ ପୋଲିସ୍ ର ମିଳିତ ଚଢାଉ   ୩ ଟ୍ରାକ୍ଟର ସହ ଜେ ସି ବି ମେସିନ୍ ଜବତ ( ଫଟୋ)


ଘଟଗାଁ, ୦୬ ଅଗଷ୍ଟ(ହି.ସ.) – ଆନନ୍ଦପୁର ଉପଖଣ୍ଡ ବିଭିନ୍ନ ବାଲିଘାଟରେ ଖଣିବିଭାଗ ଓ ପୋଲିସ୍‌ର ମିଳିତ ଚଢ଼ାଉ ଫଳରେ ୩ ବାଲି ବୋଝେଇ ଟ୍ରାକ୍ଟର, ଏକ ଜେସିବି ମେସିନ୍ ଜବଦ ସମେତ ଡ୍ରାଇଭରକୁ ଅଟକ ରଖିଥିବା ଜଣାପଡ଼ିଛି। ଚୋରା ବାଲି ଉତୋଳନ ହୋଇ ଚାଲାଣ ହେଉଥିବା ଖବରପାଇ ଆଜି ଖଣିବିଭାଗ ଘଷିପୁରା ପୋଲିସ୍ ସହାୟତାରେ ପ୍ରଥମେ କୁଶେଇ ନଦୀର ଟୋଲଙ୍କପଡ଼ା କୁରୁମେଇ ଘାଟ ଠାରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ସେଠାରୁ କେତେକ ଟ୍ରାକ୍ଟର ଖସି ପଳାଇଥିବାବେଳେ ଗୋଟିଏ ଟ୍ରାକ୍ଟର ସହ ବାଲି ଉତୋଳନରେ ବ୍ୟବହୃତ ଜେସିବି ମେସିନ୍‌କୁ ଜବତ କରାଯାଇଛି। ଏଥିସହ ଟ୍ରାକ୍ଟର ଡ୍ରାଇଭରକୁ ଅଟକ ରଖିଛି ଘସିପୁରା ପୋଲିସ୍‌। ପରେ ବୈତରଣୀ ନଦୀର ଅମାରଙ୍ଗ ଘାଟରୁ ବାଲି ବୋଝେଇ କରି ଆସୁଥିବା ୩ଟି ଟ୍ରାକ୍ଟରକୁ ଜବତ କରିଛି ଖଣିବିଭାଗ। ଏମାନଙ୍କ ବିରୋଧରେ ମୋଟା ଅଙ୍କର ଫାଇନ୍ ହେବାକୁ ଥିବା ସୂଚନା ମିଳିଛି।

ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande