ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନମିତା ବେହେରା
ଭଦ୍ରକ, ୬ ଅଗଷ୍ଟ (ହି.ସ.) - ନିଜର ଅଦମ୍ୟ ଇଚ୍ଛାଶକ୍ତି ବଳରେ ଆଗକୁ ବଢିବା ସହିତ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଆଜି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ଭଦ୍ରକ ଜିଲ୍ଲା ଚକ୍ରାପାଢୀ ଗ୍ରାମର ସମସ୍ତଙ୍କ ପ୍ରିୟ ଶୁଶ୍ରୀ ନମିତା ବେହେରା । ଭଦ୍ରକ ଚାରୁ ଓ କାରୁ କଳା ମହାବିଦ୍ୟାଳୟ ରୁ ଭିଜ
NAMITA BEHERA NKU INDIA BOOK OF RECORD AWARD PHOTO (3)


ଭଦ୍ରକ, ୬ ଅଗଷ୍ଟ (ହି.ସ.) - ନିଜର ଅଦମ୍ୟ ଇଚ୍ଛାଶକ୍ତି ବଳରେ ଆଗକୁ ବଢିବା ସହିତ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଆଜି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ଭଦ୍ରକ ଜିଲ୍ଲା ଚକ୍ରାପାଢୀ ଗ୍ରାମର ସମସ୍ତଙ୍କ ପ୍ରିୟ ଶୁଶ୍ରୀ ନମିତା ବେହେରା । ଭଦ୍ରକ ଚାରୁ ଓ କାରୁ କଳା ମହାବିଦ୍ୟାଳୟ ରୁ ଭିଜୁଆଲ୍ ଆର୍ଟ ଶିକ୍ଷା ସମାପ୍ତି ପରେ ନମିତା ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କନକ ବର୍ଦ୍ଧନ ସିଂ ଦେଓ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଯାଜପୁର ଆଦି ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମେତ ୫ ଶହ ରୁ ଉର୍ଦ୍ଧ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସ୍ୱହସ୍ତରେ ଫଟୋଚିତ୍ର ଆଙ୍କି ସେ ପ୍ରଦାନ କରିଛନ୍ତି । ଇଣ୍ଡିଆ ବୁକ୍ ରେକର୍ଡସରେ ସ୍ଥାନ ପାଇବା ନେଇ ନମିତା ପ୍ରୟାସ କରିଥିଲେ । ତାଙ୍କର ଏହି କୃତିତ୍ୱକୁ ଉପଲବ୍ଧି କରି ଇତି ମଧ୍ୟରେ ନମିତାଙ୍କୁ ସମସ୍ତ ସୂଚନା ମେଲ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ଆଜି ନମିତାଙ୍କ ପାଖକୁ ପାର୍ସଲ ଯୋଗେ ମେଡାଲ୍‌, ପରିଚୟପତ୍ର, ପ୍ରମାଣପତ୍ର, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ବହି, କଲମ ଆଦି ଆସିଛି । ଏହାକୁ ଆଗରପଡା ଥାନାଧିକାରୀ ଦେବରାଜ ଜେନା ଶୁଶ୍ରୀ ନମିତାଙ୍କୁ ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ଆଗରପଡା ଆଂଚଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ରାମଚନ୍ଦ୍ର ନାୟକ, ସମ୍ପାଦକ ରବିନ୍ଦ୍ର ଆଇଚ,ଶିକ୍ଷାବିତ୍ ଉପେନ୍ଦ୍ରନାଥ ଶତପଥି ସମାଜସେବୀ ମଦନମୋହନ ଦାଶ, ସାମ୍ବାଦିକ ହେମନ୍ତ ସିଂହ, ଅଧ୍ୟାପକ ଚିରଞ୍ଜିବୀ ଦାସ ଏବଂ ନମିତାଙ୍କ ପିତା ରବିନାରାୟଣ ବେହେରା ଉପସ୍ଥିତ ରହି ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ନମିତାଙ୍କ ଏହି ସଫଳତା ପାଇଁ ଜିଲ୍ଲା ସମେତ ବିଶେଷ କରି ଆଗରପଡା ଅଚଂଳବାସୀ ଖୁସି ପ୍ରକଟ୍ଟ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande