ବାରିପଦା, ୦୬ ଅଗଷ୍ଟ(ହି.ସ.) – ବାରିପଦା ସଦର ଥାନା ଅନ୍ତର୍ଗତ ଜୟବିଲ୍ଲା ଛକ ନିକଟରେ କାର ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ନେଇ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଥିଲେ। ଯାହାକୁ ନେଇ ବାରିପଦା ସଦର ଥାନା ପୁଲିସ ପକ୍ଷରୁ ରାସ୍ତା ଅବରୋଧକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଦୁଧିଆଷୋଳ ଗ୍ରାମର ପଦ୍ମଲୋଚନ ମହାନ୍ତ ଓ ସରୋଜ କୁମାର ମହାନ୍ତ, ଜୟବିଲ୍ଲା ଗ୍ରାମର ପାଗଲୁ ସିଂ, ଗୌର ମୋହନ ସିଂ, ସୁମନ ସିଂ ଓ ଚୁନୁରାମ ସିଂ, ତୁଳସୀଚୌରା ଅଞ୍ଚଳର ରାମଚନ୍ଦ୍ର ସିଂ, ଜଗନ୍ନାଥପୁର ଗ୍ରାମର କାଳାଚାନ୍ଦ ସିଂ ଓ ସୀତାନାଥ ସିଂ, ଜ୍ୟୋତିପୁର ଗ୍ରାମର ଦିପୁ ମହାନ୍ତ ସମେତ ୨୦ଜଣରୁ ଉର୍ଦ୍ଧ୍ୱଙ୍କ ନାମରେ ମାମଲା ରୁଜୁ ହୋଇଛି। ରାସ୍ତାରେ ବାଉଁଶ ଓ ଟାୟାର ପୋଡି ଅବରୋଧ କରି ଦେଇଥିଲେ। ଏନେଇ ପୁଲିସ ବୁଝାସୁଝା କରିବା ବେଳେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା। ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକାଇବା ନେଇ ମାମଲା ରୁଜୁ କରାଯାଇଛି। ସୂଚନା ଅନୁଯାୟୀ, ଜୟବିଲ୍ଲା ଛକ ନିକଟରେ ମଙ୍ଗଳବାର ଏକ କାର ଧକ୍କାରେ ଜଣକ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ମୃତକଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ରାସ୍ତା ଅବରୋଧ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଦିଲ୍ଲୀପ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ