ଭୁବନେଶ୍ୱର, ୭ ଅଗଷ୍ଟ (ହି.ସ.)- ଚଳିତ ମୌସୁମୀ ଋତୁରେ, ଜୁନ୍ ୧ ତାରିଖ ଠାରୁ ଅଗଷ୍ଟ ୭ ତାରିଖ ସୁଦ୍ଧା ରାଜ୍ୟରେ ହାରାହାରି ୬୩୪.୧ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ସ୍ୱାଭାବିକ୍ ବର୍ଷା ଠାରୁ ୧ ପ୍ରତିଶତ କମ୍ ରହିଛି । ଏହି ସମୟରେ ସ୍ୱାଭାବିକ୍ ବର୍ଷା ୬୪୩.୬ ମି.ମି ରହିଥାଏ ।
ଏହି ଅବଧି ମଧ୍ୟରେ ୫ ଜିଲ୍ଲାରେ ଅତ୍ୟଧିକ, ୧୬ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା ଏବଂ ୯ ଜିଲ୍ଲାରେ ନିଅଂଟିଆ ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ