ମାଲକାନଗିରି, ୭ ଅଗଷ୍ଟ (ହି.ସ.)-
ମାଲକାନଗିରି ବନାଞ୍ଚଳ ଅଧିନସ୍ଥ ଏମଭି-୧୧ ଗ୍ରାମରୁ ବନ କର୍ମଚାରୀ ଏବଂ ସାପ ଉଦ୍ଧାରକାରୀ ଦଳଙ୍କ ଉଦ୍ୟମରେ ଏକ ଅଜଗର ସାପ ଉଦ୍ଧାର କରାଯାଇଛି।
ଗତକାଲି ସନ୍ଧ୍ୟାରେ ମାଲକାନଗିରି ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ଏମଭି-୧୧ ଗ୍ରାମର ଜଣେ କୁକୁଡ଼ା ପାଳନ କରୁଥିବା ବ୍ୟକ୍ତି ଘରେ ଅଜଗର ସାପଟି କୁକୁଡ଼ା ଖାଇବା ଉଦ୍ଦେଶ୍ୟରେ ପ୍ରବେଶ କରିଥିଲା। ଏହି ଅଜଗର ସାପକୁ ଉଦ୍ଧାର କରିବା ପାଇଁ ମାଲକାନଗିରି ବନାଞ୍ଚଳ ଅଧିକାରୀ
ରମେଶ ଚନ୍ଦ୍ର ରାଉତଙ୍କୁ ଫୋନ୍ ମାଧ୍ୟମରେ ଜଣାଇବା ପରେ ବନପାଳ ମନତୋଷ ଦେଙ୍କ ନେତୃତ୍ୱରେ ଏମଭି-୧୧ ଗ୍ରାମକୁ ଯାଇ ଅଜଗର ସାପକୁ ଗତକାଲି ରାତି ୮ଟା ସମୟରେ ସାପଧରାଳୀ ଡମ୍ବରୁ ହନ୍ତାଳ ସୁରକ୍ଷିତ ଭାବେ କାବୁ କରି ଯନ୍ତାରେ ଆବଦ୍ଧ କରି ମାଲକାନଗିରି ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ। ଉଦ୍ଧାର ଅଜଗର ୨୦ କେଜି ଓଜନର ହେବା ସହ ୮ ଫୁଟ ଲମ୍ବା l ଏହାକୁ ପ୍ରାଣୀ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ପରୀକ୍ଷା କଲାପରେ ପରେ ଆଜି ଅଜଗରକୁ ଜଙ୍ଗଲରେ ଛଡ଼ାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ