ଚିତ୍ରକଳା ପ୍ରଦର୍ଶନୀ
ଜୟପୁର, ୭ ଅଗଷ୍ଟ (ହି.ସ.)- ଶ୍ରୀ ବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ ଜୟପୁର ଠାରେ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ୭୯ ତମ ସ୍ୱାଧିନତା ଦିବସ ପାଳନ ଉପଲକ୍ଷେ ଜୟପୁର ପୌରପାଳିକା ସ୍ତରିୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଭା
ଚିତ୍ରକଳା ପ୍ରଦଶନୀ


ଜୟପୁର, ୭ ଅଗଷ୍ଟ (ହି.ସ.)- ଶ୍ରୀ ବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ ଜୟପୁର ଠାରେ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ୭୯ ତମ ସ୍ୱାଧିନତା ଦିବସ ପାଳନ ଉପଲକ୍ଷେ ଜୟପୁର ପୌରପାଳିକା ସ୍ତରିୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ । ସର୍ବ କନିଷ୍ଠ ପ୍ରଥମରୁ ପଞ୍ଚମ ଶ୍ରେଣିର ୬୯ ଜଣ ଛାତ୍ରୀ ଭାଗ ନେଇଥିବା ବେଳେ କନିଷ୍ଠ ବିଭାଗ ଷଷ୍ଠ ଠାରୁ ଅଷ୍ଟମ ଶ୍ରେଣିର ୫୩ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ବରିଷ୍ଠ ବିଭାଗରେ ୯ମ ଶ୍ରେଣିରୁ ୧୦ମ ର ୩୨ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ବରିଷ୍ଠ ବିଭାଗ ଯୁକ୍ତ ଦୁଇ ଶ୍ରେଣିର ୯ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ମୋଟ ୧୦୩ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ଯୁଧିଷ୍ଟିର ମଲ୍ଲିକ, କଳା ଶିକ୍ଷକ ପଦ୍ମ ଚରଣ ଚୌଧୁରି, ପଦ୍ମୀନି ବେହେରା, ବିକାଶ ଜଳପତି ପିତାରପତି ଭାବେ ଉପସ୍ଥିତ ଥିଲେ । ବିଦ୍ୟାଳୟର କର୍ମଚାରି ତେ. ସୁନିଲ କୁମାର, ସୁରେନ୍ଦ୍ର ବାଘ, ଶ୍ରୀଧର ରାଉତ ସହଯୋଗ କରିଥିଲେ । ସମସ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଆସନ୍ତା ଉପଖଣ୍ଡ ସ୍ତରୀୟ ସ୍ୱାଧିନତା ଦିବସରେ ପୁରସ୍କୁୃତ କରାଯିବ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande