ରାଉରକେଲା, ୭ ଅଗଷ୍ଟ (ହି.ସ.)-
ରାଉରକେଲା ରେଳ ଷ୍ଟେସନରେ ବିହାରୀ ଗୁଣ୍ଡାଙ୍କ ଦାଦାଗିରି, ଜିଆରପି ପୁଲିସ ଉପସ୍ଥିତିରେ ଦାଦାଗିରି, ଏହି ଗୁଣ୍ଡାମାନଙ୍କୁ ଆରପିଏଫ ପୁଲିସର ସମର୍ଥନ ଯୋଗୁ ଆଜି ଅଫିସ ଭିତରେ ପଶି ଷ୍ଟେସନ ମାଷ୍ଟରଙ୍କୁ କିଛି ବିହାରୀ ଗୁଣ୍ଡା ନିସ୍ତୁକ ମାଡ଼ ମାରିଛନ୍ତି l ଏମାନେ ଅଣ ସିକୃତି ପ୍ରାପ୍ତ ଅଖାଦ୍ୟ ବିକୁଥିବା ରେଳ ବ୍ୟବସାୟୀ । ଘଟଣାରେ ଷ୍ଟେସନମାଷ୍ଟର ଗୁରୁତର ହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଏବେ ରେଳ ଷ୍ଟେସନରେ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନବାଚୀ । ରାଉରକେଲା ରେଳ ଷ୍ଟେସନରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାଉରକେଲା ରେଳ ଷ୍ଟେସନରେ କିଛି ଅଣ ସ୍ବୀକୃତିପ୍ରାପ୍ତ ବ୍ୟବସାୟୀଙ୍କୁ ଷ୍ଟେସନମାଷ୍ଟର ବାରଣ କରିଥିଲେ ଓ ଚେତାବନୀ ଦେଇ ତାଙ୍କ ଠାରୁ ନିମ୍ନମାନର ଖାଦ୍ୟ ପଦାର୍ଥ ଜବତ କରି ରଖି ଦେଇଥିଲେ । ଆଜି ସେମାନେ ସଂଘବଦ୍ଧ ହୋଇ ଷ୍ଟେସନ ମାଷ୍ଟରଙ୍କ ଅଫିସ ଭିତରେ ପଶି ଅତର୍କିତ ଆକ୍ରମଣ କରିଥିଲେ । ଷ୍ଟେସନ ମାଷ୍ଟର ଗୁରୁତର ହେବା ଫଳରେ ତାଙ୍କୁ ସରକାରୀ ହସ୍ପିଟାଲ ନିଆଯାଇଥିଲା ଓ ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଛାଡି ଦେଇଛନ୍ତି । ଖବର ମୁତାବକ, ନବ ନିଯୁକ୍ତ ଷ୍ଟେସନ ମାଷ୍ଟର ଲକ୍ଷ୍ମୀଧର ତ୍ରିପାଠୀ ଆସିବା ପର ଠାରୁ ଅଣ ସ୍ବୀକୃତିପ୍ରାପ୍ତ ଭେଣ୍ଡର ମାନଙ୍କୁ ଷ୍ଟେସନରୁ ବାହାର କରିବା ସହିତ କଡାକଡି ଚେକିଂ ଜାରି ରଖିଛନ୍ତି । ତେବେ ଏହି ଘଟଣାକୁ କେନ୍ଦ୍ର କରି କିଛି ଅବୈଧ ଭେଣ୍ଡର ଆଜି ଷ୍ଟେସନ ମାଷ୍ଟରଙ୍କ ଅଫିସ ଭିତରକୁ ପଶି ତାଙ୍କୁ ମାଡ଼ ମାରିଛନ୍ତି । ତେବେ ଆରପିଏଫ ର ଉପସ୍ଥିତିରେ ରାଉରକେଲା ରେଳ ଷ୍ଟେସନର ଷ୍ଟେସନ ମାଷ୍ଟରଙ୍କୁ ଯଦି ଏଭଳି ମାଡ ମାରିବାକୁ ସାହାସ କରାଯାଉଛି ତେବେ ଏପରି ସ୍ଥିତିରେ ସାଧାରଣ ଯାତ୍ରୀ ଓ ଅଞ୍ଚଳବାସୀ କେତେ ସୁରକ୍ଷିତ ତାହା ଏବେ ବଡ଼ ପ୍ରଶ୍ନ। ଏହା ଏବେ ସମସ୍ତଙ୍କୁ ଭୟଭୀତ କରିଛି । ତେବେ ରାଉରକେଲା ଆରପିଏଫ ଅଣ ସ୍ବୀକୃତିପ୍ରାପ୍ତ ଭେଣ୍ଡର ମାନଙ୍କ ପ୍ରତି କୋହଳ ମନୋଭାବ ପାଇଁ ଏହି ଘଟଣା ଘଟିଥିବା କୁହାଯାଉଛି । ତେବେ ଏନେଇ ରାଉରକେଲା ଜିଆରପି ଥାନାରେ ଗୋଟିଏ ମାମଲା ରୁଜୁ ହୋଇଛି । ଏବେ ସୁଦ୍ଧା ୨ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ଜିଆରପି ପୋଲିସ।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ