ବଜ୍ରପାତରେ ୭ଗୋରୁ ମୃତ,୧ଗୁରୁତର
Odisha, 7 ଅଗଷ୍ଟ (ହି.ସ.)ଖୋର୍ଦ୍ଧା, ଗୁରୁବାର ଅପରାହ୍ନରେ ବଜ୍ରପାତରେ ୭ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ଗୋରୁ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଆଜି ଅପରାହ୍ନରେ ଖୋର୍ଦ୍ଧା ଉପକଣ୍ଠ ଶରଧାପୁର ଗାଁ ମୋରମ ଖଣି ଓ କାଜୁ ଜଙ୍ଗଲ ମଝିରେ ଗୋରୁ ଚରୁଥିବା ସମୟରେ ବଜ୍ରପାତ ଘଟିଥିଲା।ତେବେ
ବଜ୍ରପାତ


Odisha, 7 ଅଗଷ୍ଟ (ହି.ସ.)ଖୋର୍ଦ୍ଧା, ଗୁରୁବାର ଅପରାହ୍ନରେ ବଜ୍ରପାତରେ ୭ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ଗୋରୁ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଆଜି ଅପରାହ୍ନରେ ଖୋର୍ଦ୍ଧା ଉପକଣ୍ଠ ଶରଧାପୁର ଗାଁ ମୋରମ ଖଣି ଓ କାଜୁ ଜଙ୍ଗଲ ମଝିରେ ଗୋରୁ ଚରୁଥିବା ସମୟରେ ବଜ୍ରପାତ ଘଟିଥିଲା।ତେବେ ବଜ୍ରପାତରେ ଘଟଣାସ୍ଥଳରେ ୭ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ଗୋଟିଏ ଗୋରୁ ଗୁରୁତର ହେବାରୁ ତାକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande