Bhubaneswar, 7 ଅଗଷ୍ଟ (ହି.ସ.)
୧୯୯୦ ମସିହା ଅଗଷ୍ଟ ୭ ତାରିଖ ଦିନ ତକ୍ରାଳୀନ ଭି.ପି. ସିଂହ ସରକାର ଦେଶରେ ମଣ୍ଡଳ କମିଶନ ରିପୋର୍ଟ ଲାଗୁକଲେ । ଦେଶର ପଛୁଆବର୍ଗଙ୍କୁ ନିଯୁକ୍ତି କ୍ଷେତ୍ରରେ ୨୭ଭାଗ ସଂରକ୍ଷଣ ଦିଆଗଲା । ପରେ ୨୦୦୬ ଶିକ୍ଷାବର୍ଷରେ ମନମୋହନ ସିଂହଙ୍କ ନେତୃତ୍ୱାଧିନ ୟୁପି-୧ ସରକାରରେ ଦେଶର ଆଇ.ଆଇ.ଟି. ଓ ଆଇ.ଆଇ.ଏମ୍. ସମେତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟମାନଙ୍କରେ ଓ.ବି.ସି. ଛାତ୍ରଛାତ୍ରୀଙ୍କୁ ନାମଲେଖାରେ ୨୭% ସଂରକ୍ଷଣ ଦିଆଗଲା । କିନ୍ତୁ ଦୁଃଖର କଥା ଆଜିକୁ ୩୫ ବର୍ଷ ବିତିଯାଇଥିଲେ ମଧ୍ୟ ଓଡ଼ିଶାର ଓବିସି ବର୍ଗ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭ଭାଗ ସଂରକ୍ଷଣରୁ ବôତ ହେଉଛନ୍ତି । ଏଭଳିକି ମଇ ୧୪ ତାରିଖ ଦିନ ର୍ବମାନର ସରକାର ଉଚ୍ଚଶିକ୍ଷା କ୍ଷେତ୍ରରେ ୧୧.୨୫% ଓବିସି ସଂରକ୍ଷଣ ଲାଗୁ କରିଥିଲେ ସୁଦ୍ଧା ମେଡିକାଲ୍ ଓ ଇଂଜିନିୟରିଂ ଶିକ୍ଷା କ୍ଷେତ୍ରରେ ତାହା ଏପର୍ଯ୍ୟନ୍ତ ଲାଗୁ କରାଯାଇନାହିଁ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ସ୍େୱ ମଧ୍ୟ ସରକାରୀ ସ୍ତରରେ ମେଡିକାଲ୍ ଓ ଇଂଜିନିୟରିଂରେ ନାମଲେଖାରେ ଓବିସି ସଂରକ୍ଷଣ ପ୍ରଦାନ ପାଇଁ ସରକାରୀ ବିଜ୍ଞପ୍ତି ଏପର୍ଯ୍ୟନ୍ତ ପ୍ରକାଶ ପାଇଲା ନାହିଁ । ଚଳିତ ଶିକ୍ଷାବର୍ଷ ପାଇଁ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନଙ୍କୁ ମେଡିକାଲ୍ ଓ ଡୋଲ୍ ଆଡ୍ମିସନ୍ ପାଇଁ ଚଏସ୍ ଲକିଂ କରିବାକୁ ପଡ଼ିବ । ଯଦି ତୁରନ୍ତ ସରକାରୀ ବିଜ୍ଞପ୍ତି ପ୍ରକାଶ ନପାଏ ତାହେଲେ ଚଳିତ ଶିକ୍ଷାବର୍ଷରେ ପାଖାପାଖି ୧୮୬୩ ମେଡିକାଲ୍ ସିଟ୍ରେ ଓବିସି ବର୍ଗ ଛାତ୍ରଛାତ୍ରୀମାନେ ସଂରକ୍ଷଣ ସୁବିଧାରୁ ବôତ ହେବେ । ତେଣୁ ଓବିସି ବର୍ଗର ସ୍ୱାର୍ଥକୁ ଆଖି ଆଗରେ ରଖି ତୁରନ୍ତ ସରକାରୀ ବିଜ୍ଞପ୍ତି ପ୍ରକାଶ କରିବାକୁ ଓବିସି ଫୋରମ୍ର ରାଜ୍ୟ ଅଧ୍ୟକ୍ଷ ରବି ବେହେରା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରିଛନ୍ତି । ଏହାବ୍ୟତୀତ ଆଜି ମଣ୍ଡଳ କମିଶନ ରିପୋର୍ଟ କାର୍ଯ୍ୟକାରୀର ୩୫ ବର୍ଷ ର୍ପୂି ଉପଲକ୍ଷେ ରାଜ୍ୟର ତି୍ରସ୍ତରୀୟ ପାୟତ ବ୍ୟବସ୍ଥାରେ ୧୯୯୭ ମସିହାରୁ ପ୍ରଚଳିତ ହୋଇଆସୁଥିବା ସରପ, ଜିଲ୍ଲାପରିଷଦ ଓ ୱାର୍ଡମେମ୍ବର ସଂରକ୍ଷଣରେ ୨୭% ସ୍ଥାନ ସଂରକ୍ଷଣକୁ ଆଗାମୀ ୨୦୨୭ ତ୍ରିସ୍ତରୀୟ ପାୟତ ନିର୍ବାଚନରେ ନିଶ୍ଚିତ କରିବାକୁ ଓବିସି ଫୋରମ୍ ଦାବି କରିଛି । ଆଶା ପ୍ରକାଶ କରାଯାଇଛି ଯେ, ରାଜ୍ୟ ସରକାର ୫୨ ଭାଗ ପଛୁଆବର୍ଗଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ରାଜ୍ୟରେ ଶିକ୍ଷା, ନିଯୁକ୍ତି ଓ ତି୍ରସ୍ତରୀ ପାୟତ ନିର୍ବାଚନରେ ୨୭ଭାଗ ସ୍ଥାନ ସଂରକ୍ଷଣ ଦେବାପାଇଁ ତୁରନ୍ତ ବିହିତ ପଦକ୍ଷେପ ନେବେ । ଏଠାରେ ଉଲ୍ଲେଖଥାଉକି, ୧୯୯୭ ରୁ ରାଜ୍ୟରେ ପ୍ରଚଳିତ ହୋଇଆସିଥିବା ୨୭ ଭାଗ ଓବିସି ସଂରକ୍ଷଣକୁ ବିଗତ ସରକାର ୨୦୨୨ ପାୟତ ନିର୍ବାଚନରେ ଉଚ୍ଛେଦ କରିଦେଇଥିଲେ । ଫଳରେ ଲକ୍ଷ ଲକ୍ଷ ପାୟତ ପ୍ରତିନିଧି ତୃଣମୂଳ ସ୍ତରରେ ବିକାଶ ପ୍ରକି୍ରୟାରୁ ବାଦ୍ ପଡ଼ିଗଲେ । ତେଣୁ ଲୋକଙ୍କ ସରକାର ବୋଲି ଦାବି କରୁଥିବା ର୍ବମାନର ମୋହନ ମାଝୀଙ୍କ ସରକାର ଓବିସି ବର୍ଗଙ୍କୁ ୨୭% ସ୍ଥାନ ସଂରକ୍ଷଣ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା