ରାଜ୍ୟରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ବିଜୁ ଜନତା ଦଳର ସ୍ମାରକପତ୍ର ପ୍ରଦାନ
କେନ୍ଦୁଝର, ୭ ଅଗଷ୍ଟ (ହି.ସ.)- ରାଜ୍ୟରେ ଛାତ୍ରୀମାନଙ୍କର ସୁରକ୍ଷା ବିପନ୍ନ। ପ୍ରତ୍ୟେକ ଦିନ ଜଣେ ପରେ ଜଣେ ଛାତ୍ରୀ ଆତ୍ମଦାହ କରିବାକୁ ବାଧ୍ୟ ହେଉଛନ୍ତି। ପୋଲିସ ହାତରେ ହାତ ବାନ୍ଧି ବସିଥିବା ସହ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗ ଏକ ପ୍ରକାର କୋମାରେ ରହିଛି, ଏହାର ପ୍ରତିବାଦରେ ବିଜୁ ଜନତ
ରାଜ୍ୟରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ବିଜୁ ଜନତା ଦଳର ସ୍ମାରକପତ୍ର ପ୍ରଦାନ


କେନ୍ଦୁଝର, ୭ ଅଗଷ୍ଟ (ହି.ସ.)- ରାଜ୍ୟରେ ଛାତ୍ରୀମାନଙ୍କର ସୁରକ୍ଷା ବିପନ୍ନ। ପ୍ରତ୍ୟେକ ଦିନ ଜଣେ ପରେ ଜଣେ ଛାତ୍ରୀ ଆତ୍ମଦାହ କରିବାକୁ ବାଧ୍ୟ ହେଉଛନ୍ତି। ପୋଲିସ ହାତରେ ହାତ ବାନ୍ଧି ବସିଥିବା ସହ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗ ଏକ ପ୍ରକାର କୋମାରେ ରହିଛି, ଏହାର ପ୍ରତିବାଦରେ ବିଜୁ ଜନତା ଦଳ ତରଫରୁ ରାଜ୍ୟ ବ୍ୟାପି ନାରୀ ନିର୍ଯାତନା ବିରୋଧରେ ପ୍ରତିବାଦରେ ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଆହ୍ୱାନ କ୍ରମେ ଜିଲ୍ଲା ବିଜେଡି, ଛାତ୍ର ଓ ଯୁବ ବିଜେଡି ପକ୍ଷରୁ କେନ୍ଦୁଝର ଟାଉନ ଥାନା ଅଧିକାରୀଙ୍କ ମାଧ୍ୟମରେ ସ୍ମାରକପତ୍ର ପ୍ରଦାନ କରିଥିଲେ। ରାଜ୍ୟରେ ମାଲକାନଗିରିରେ ଡବଲ ରେପ, ନବରଙ୍ଗପୁର ତେନ୍ତୁଳୀଖୁଣ୍ଟିରେ ଦୁଷ୍କର୍ମ ସହ ହତ୍ୟା, କୋରାପୁଟର ଆବାସିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ଦୁଷ୍କର୍ମ ସହ ଅନେକ ସ୍ଥାନରେ ନିର୍ଯାତନା ସୀମା ଟପି ଥିବା ବେଳେ ଅପରାଧୀଙ୍କୁ ଧରାଯାଉନାହିଁ। ସରକାର ସ୍ଥାଣୁ ପାଲଟିଥିବା ବେଳେ ଅପରାଧୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଆମ ରାଜ୍ୟ ଓଡିଶା। ପ୍ରତ୍ୟେକ ଦିନ ବାଳିକାଙ୍କ ଜୀବନ ବିପନ୍ନ ହୋଇଛି ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ସହର ମଧ୍ୟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରୁ ଏକ ଶୋଭାଯାତ୍ରାରେ ଦଳୀୟ ନେତାଙ୍କ ସହ ବହୁ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇ ସ୍ମାରକପତ୍ର ପ୍ରଦାନ କରିଥିଲେ।

ଜିଲା ପରିଷଦ ଅଧକ୍ଷ ସାଗରୀକା ସାହୁ ୫ନମ୍ବର ଜିଲ୍ଲା ପରିଷଦ ରଥ ମୁଣ୍ଡା କ୍ଷୀରୋଦିନି ମହାକୁଡ଼, ଛାତ୍ର ନେତା ଜ୍ଞାନ ମହାପାତ୍ର, ଅଂଶୁମାନ ଚକ୍ରବର୍ତ୍ତୀ, ଦେବଦୀପ୍ତ ଦାସ, ପ୍ରବୀଣ କୁମାର, ଆରୀଆନ ବିନ୍ଧାଣି, ଆୟୁଷ ଦାସ, ସାଗର ଦାସ, ତୁଷାର କୁମାର ପଣ୍ଡା,ମାନସ ବାରିକ, ଧିରେନ ପାତ୍ର, ସ୍ନେହାଶିଷ ମହାନ୍ତି,ସହ ଶତାଧିକ ଛାତ୍ର,କାଉନସିଲର ଶରତ ସାହୁ, ଦୟାନିଧି ପାତ୍ର, ଭଗବାନ ନାଏକ,

କେନ୍ଦୁଝରଗଡ଼ ପୌର ପାଳିକାର ପୂର୍ବତନ ଅଧ୍ୟକ୍ଷା ମୀନା ମାଝୀ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷା କମଳିନୀ ପାତ୍ର, ମଞ୍ଜୁଲତା ନାୟକ, ଗୀତାଞ୍ଜଳି ମହାନ୍ତି,ପୁନମ କୁମାରୀ, ଗୀତାଞ୍ଜଳି ପରିଡା,ବରିଷ୍ଠ ନେତା ରକ୍ଷାକର ସାହୁ,ପରେଶ ପ୍ରଧାନ,ସନ୍ତୋଷ ଦାସ, ସଦର ବ୍ଲକ ସଭାପତି ଚକ୍ର ଧର ପରିଡା, ନଗର ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ,

ଯୁବନେତା ଲମ୍ବୋଦର ନାଏକ, ପୁର୍ନେନ୍ଦୁ ମହନ୍ତ, ରାଜୁ ବାରିକ, ସତ୍ୟବ୍ରତ ନାଏକ, ଟିକିନା ଵ୍ରହ୍ମ, ପୁରୁଷୋତ୍ତମ ପାତ୍ର, ନାରାୟଣ ନାଏକ, ଦେବୁ ପଟ୍ଟନାୟକ, ତାପସ ଦେହୁରୀ, ଶତାଧିକ କର୍ମୀ ଉପସ୍ଥିତ ରହି କେନ୍ଦୁଝର ଟାଉନ ଥାନା ଇନ୍ସପେକ୍ଟରଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande