ବିଜେପି ସରକାର ମହିଳା ସୁରକ୍ଷା ପାଇଁ ତତ୍ପର ଅଛନ୍ତି
ଭୁବନେଶ୍ୱର, ୦୭ ଅଗଷ୍ଟ (ହି.ସ)- ମହିଳା ସୁରକ୍ଷା ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗ ଉପରେ କଡ଼ା ଜବାବ ରଖିଛି ବିଜେପି । ପ୍ରତିକ୍ରିୟା ରଖି ଦଳର ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ବିଜେପି ସରକାର ମହିଳା ସୁରକ୍ଷା ପାଇଁ ତତ୍ପର ଅଛନ୍ତି। ପ୍ରତ୍ୟେକ ଘଟଣାରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ
ବିଜେପି ସରକାର ମହିଳା ସୁରକ୍ଷା ପାଇଁ ତତ୍ପର ଅଛନ୍ତି


ଭୁବନେଶ୍ୱର, ୦୭ ଅଗଷ୍ଟ (ହି.ସ)- ମହିଳା ସୁରକ୍ଷା ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗ ଉପରେ କଡ଼ା ଜବାବ ରଖିଛି ବିଜେପି । ପ୍ରତିକ୍ରିୟା ରଖି ଦଳର ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ବିଜେପି ସରକାର ମହିଳା ସୁରକ୍ଷା ପାଇଁ ତତ୍ପର ଅଛନ୍ତି। ପ୍ରତ୍ୟେକ ଘଟଣାରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ବିଜେଡ଼ିର ଦୁଇ ଜଣ ବିଧାୟକ କେନ୍ଦ୍ରାପଡ଼ା ଘଟଣାକୁ ନେଇ ପ୍ରଶ୍ନ କଲେ, ଯେ ୬ ମାସ ଆଗରୁ ସୂଚନା ଥାଇ ମଧ୍ୟ ପୋଲିସ କିଛି କାର୍ଯ୍ୟନୁଷ୍ଠାନ ନେଲା ନାହିଁ। ଏହାକୁ ନେଇ ପାଲଟା ପ୍ରଶ୍ନ କରି ବିଜେପି କହିଛି, ସେମାନେ ସେ ଅଂଚଳର ଦୀର୍ଘ ଦିନର ବିଧାୟକ ଅଛନ୍ତି। ଯଦି ୬ ମାସ ପୂର୍ବରୁ ସେମାନଙ୍କ ପାଖରେ ସୂଚନା ଥିଲା, ତାହେଲେ କାହିଁକି ପୋଲିସ କିମ୍ବା ସରକାରଙ୍କ ନିକଟରେ ଅଭିଯୋଗ କଲେ ନାହିଁ। ଆଜି ଘଟଣା ଘଟି ସରିଲା ପରେ ବିରୋଧୀ ଯେଉଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ତାହା ଓଡ଼ିଶାବାସୀ ବୁଝି ସାରିଲେଣି। କାରଣ ବିଜେଡ଼ି ଓ କଂଗ୍ରେସ ଉଭୟ ରାଜନୈତିକ ଦଳର ଚରିତ୍ର ଲୋକ ଦେଖି ସାରିଛନ୍ତି । ବିଜେଡ଼ିର କର୍ପୋରେଟର ଦୁଷ୍କର୍ମ କରି ଜେଲ ଗଲେ ଏବଂ ଛାତ୍ର କଂଗ୍ରେସର ସଭାପତି ଦୁଷ୍କର୍ମ କରି ଜେଲ ଗଲେ। ସେତେବେଳେ କାହିଁକି ଉଭୟ ବିରୋଧୀ ଦଳ ମୁହଁରେ ତୁଣ୍ଡି ବାନ୍ଧି ବସିଥିଲେ। କଣ ପାଇଁ କାହା ବିରୋଧରେ ପଦେ ମଧ୍ୟ ମୁହଁ ଖୋଲି କହିଲେ ନାହିଁ । ବିରୋଧୀ ଏହାର ଉତର ପ୍ରଥମେ ଓଡିଶାବାସୀଙ୍କୁ ଦିଅନ୍ତୁ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande