ବଲାଙ୍ଗିର, 7 ଅଗଷ୍ଟ (ହି.ସ.)
ଏବେ ବେଶ ଚର୍ଚ୍ଚାରେ ବଲାଙ୍ଗିର ମାଟିର ଜଣେ ଝିଅ । କାରଣ ଆପଣମାନେ ରାକ୍ଷୀ ବିଭିନ୍ନ ପ୍ରକାରର ଦେଖିଥିବେ କିନ୍ତୁ କେବେ ସମ୍ବଲପୁରୀ ରାକ୍ଷୀ ଦେଖିନଥିବେ । ଅପାଣମାନେ ସମସ୍ତେ ଜାଣିଥିବେ ଯେ, ଆସନ୍ତା ୯ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ରହିଛି । ଆଉ ଏହି ରାକ୍ଷୀ ପୂର୍ଣ୍ଣିମା ପାଇଁ ରାକ୍ଷୀ ବଜାରରେ ଏବେ ଚଳ ଚଂଚଳ ହୋଇ ଉଠିଛି । ଆଉ ଏଥିପାଇଁ ବଲାଙ୍ଗିର ମାଟିର ଜଣେ ଝିଅ, ଯାହାଙ୍କ ନା ରିତିକା ଦାସ । ସେ ଏବେ ରାକ୍ଷୀ ତିଆରି କରୁଛନ୍ତି, ତାହା ପୁଣି ସମ୍ବଲପୁରୀ ରାକ୍ଷୀ ।
ସମ୍ବଲପୁରୀ ରାକ୍ଷୀ ର କମାଲ
ଯାହା ଆପଣ ଦେଖିଲେ ଖୁସ୍ ହୋଇଯିବେ । ରିତିକା ଗୁଡ଼ାଏ ତରିକା ଆପଣାଇ ବିଭିନ୍ନ ଡ଼ିଜାଇନରେ ସମ୍ବଲପୁରୀ ରାକ୍ଷୀ ତିଆରି କରୁଛନ୍ତି । ଯାହା ଏବେ ରାକ୍ଷୀ ମାର୍କେଟରେ ଖୁବ୍ ଚାହିଦା ରହିଛି । ରିତକା ଖାଲି ସମ୍ବଲପୁରୀ ରାକ୍ଷୀ ତିଆରି କରୁ ନାହାନ୍ତି ସମ୍ବଲପୁରୀ ନେକ୍ଲେସ୍, ଚୁଡ଼ି ସହ ଗୁଡ଼ାଏ ଜିନିଷ ପୁଅ ଓ ଝିଅଙ୍କ ପାଇଁ ତିଆରି କରୁଛନ୍ତି । ଯାହା ଏବେ ବେଶ୍ ଚର୍ଚ୍ଚାରେ ରହିଛି । ରିତିକା ଗୋଟିଏ ସମ୍ବଲପୁରୀ ରାକ୍ଷୀକୁ ପାଖାପାଖି ୧୦୦ରୁ ୧୫୦ ଟଙ୍କାରୁ ଆରମ୍ଭ କରି ୧୦୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି । ରିତିକା ସମ୍ବଲପୁରୀ ରାକ୍ଷୀ ସହ ଅନ୍ୟ ଗୁଡ଼ାଏ ବିଭିନ୍ନ ଡ଼ିଜାଇନ୍ର ରାକ୍ଷୀ ତିଆରି କରୁଛନ୍ତି ଓ ବିକ୍ରି କରୁଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ