ଛାତ୍ରୀ ଓ ନାରୀ ସୁରକ୍ଷା ପ୍ରସଙ୍ଗରେ ଛାତ୍ର-ଯୁବ ବିଜେଡି ପକ୍ଷରୁ ପ୍ରତିବାଦ
ବାରିପଦା, ୭ ଅଗଷ୍ଟ (ହି.ସ.) - ଛାତ୍ରୀ ଓ ନାରୀ ସୁରକ୍ଷା ପ୍ରସଙ୍ଗରେ ଛାତ୍ର-ଯୁବ ବିଜେଡି ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ବିଜେଡ଼ିର ମୟୂରଭଞ୍ଜ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଗୁରୁବାର ଛାତ୍ରୀ ଓ ମହିଳାଙ୍କୁ ସୁରକ୍ଷା , ନ୍ୟାୟ ପ୍ରଦାନ ଦାବିରେ ଛାତ୍ରଛାତ୍ରୀ ମାନେ ରାଜରାସ୍ତାକୁ ଓହ୍ଲାଇଛନ୍
BJD Bikshobha


BJD Strike


ବାରିପଦା, ୭ ଅଗଷ୍ଟ (ହି.ସ.) - ଛାତ୍ରୀ ଓ ନାରୀ ସୁରକ୍ଷା ପ୍ରସଙ୍ଗରେ ଛାତ୍ର-ଯୁବ ବିଜେଡି ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ବିଜେଡ଼ିର ମୟୂରଭଞ୍ଜ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଗୁରୁବାର ଛାତ୍ରୀ ଓ ମହିଳାଙ୍କୁ ସୁରକ୍ଷା , ନ୍ୟାୟ ପ୍ରଦାନ ଦାବିରେ ଛାତ୍ରଛାତ୍ରୀ ମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ରାଜ୍ୟର ବିଭିନ୍ନ ଅଂଚଳରେ ଘଟୁଥିବା ଛାତ୍ରୀ ଓ ନାରୀ ବିରୋଧୀ ଘଟଣାର ପ୍ରତିବାଦରେ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ରଣହୁଙ୍କାର ଦିଆଯାଇଛି। ବାରିପଦା ସ୍ଥିତ ବିଜୁ ଭବନ ଠାରୁ ଏକ ବିରାଟ ଜନ ଶୋଭାଯାତ୍ରାରେ ବାହାରି ଏସପିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଛାତ୍ରୀ ଓ ନାରୀଙ୍କ ଉପରେ ନିର୍ଯ୍ୟାତନା ଓ ଅପରାଧ ବିରୁଦ୍ଧରେ ତ୍ୱରିତ ଉପଯୁକ୍ତ ପୋଲିସ କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାସହିତ ପୋଲିସ ଡିଜିଙ୍କ ଉଦେଶ୍ୟରେ ଏସପିଙ୍କ ଜରିଆରେ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରହିଥିବା ବେଳେ ଏହି କ୍ରମରେ ଆଜି ବାରିପଦାରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ। ରାଜ୍ୟର ବିଜେପି ସରକାର ବିରୁଦ୍ଧରେ ନାରା ବାଜି କରିବା ସହ ନ୍ୟାୟ ଓ ସୁରକ୍ଷା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande