ଜୟପୁର, ୭ ଅଗଷ୍ଟ (ହି.ସ.) - ଜୟପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ବଣ୍ଣିକା ସିଲେଇ ତାଲିମ ଏବଂ ଗୋଷ୍ଠି ଉତ୍ପାଦନ କେନ୍ଦ୍ର ଆଜି ଉଦଘାଟିତ ହୋଇଛି । କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଉଦଘାଟନ କରିଛନ୍ତି । ଏଠାରେ ଉପ ଜିଲପାଳ ଆକା ବରମ ଶଶ୍ୟା ରେଡ୍ଡି , ବ୍ଲକ ଅଧ୍ୟାକ୍ଷା ତିଳୋତମା ମୁଦୁଲି, ପିଡି ବେଣୁ ଧର ଶବ. ପ୍ରଭେସନାର ଆଇଏଏସ ସନ୍ତୋଷ ପାତ୍ର, ବିଡିଓ ଶକ୍ତି ମହାପାତ୍ର, ସିଡିପିଓ କାଂଚନ ପଣ୍ଡା, ଜିଲାପରିଷଦ ସଭ୍ୟ ତପତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । କୋଟପାଡର ମିରିଗାନ କପାଡର ବଜାର ଚାହିଦା ଅନୁଯାଇ ଏଠାରେ ଉତ୍ପାଦନ କରାଯିବ ଏହା ସହ ତାଲିମ ଦିଆଯାଇ ବିଭିନ୍ନ ପ୍ରକାର ଉତ୍ପାଦନ କରାଯାଇ ମହିଳା ମାନଙ୍କୁ ସ୍ୱାଭଲମ୍ଭି କରାଯିବ ବୋଲି ବିଡିଓ ଶକ୍ତି ମହାପାତ୍ର ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି