ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ହ୍ରାସ କର୍ମଶାଳା ଅନୁଷ୍ଠିତ l
ଖୋର୍ଦ୍ଧା, 7 ଅଗଷ୍ଟ (ହି.ସ.)ଖୋର୍ଦ୍ଧା,ଗୁରୁବାର ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସାଫଲ୍ୟ ମଣ୍ଡିତ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପ୍ରଶମନ ହ୍ରାସ ଜନିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ କର୍ମଶାଳାରେ ଜିଲ୍ଲାପରିଷଦ, ସଭାପତି, ରୂପଶ୍ର
ବିପର୍ଯ୍ୟୟ


ଖୋର୍ଦ୍ଧା, 7 ଅଗଷ୍ଟ (ହି.ସ.)ଖୋର୍ଦ୍ଧା,ଗୁରୁବାର ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସାଫଲ୍ୟ ମଣ୍ଡିତ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପ୍ରଶମନ ହ୍ରାସ ଜନିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ କର୍ମଶାଳାରେ ଜିଲ୍ଲାପରିଷଦ, ସଭାପତି, ରୂପଶ୍ରୀରାଣୀ ଗୁମାନ ସିଂହ, ଜିଲ୍ଲାପରିଷଦ ଉପସଭାପତି ଗୋପୀନାଥ ମହାରଣା, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ମୁଖ୍ୟ ସାଧାରଣ ପରିଚାଳକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନାଦି ଚରଣ ସେଠୀ, ଜେଣ୍ଡର ବିଶେଷଜ୍ଞ ଆରନ୍ୟକ ମିଶ୍ର, ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା, ଡେପୁଟି କଲେକ୍ଟର,ଜରୁରୀ, ଶ୍ରିତପା ମିଶ୍ର ଯୋଗଦେଇ ସମାଜର ସମ୍ବେଦନଶୀଳ( ଲିଙ୍ଗ ଭିତ୍ତିକ ଲୋକ ମାନଙ୍କୁ)କିଭଳି ବିପର୍ଯ୍ୟୟ ସମୟରେ ସୁରକ୍ଷା ପ୍ରଦାନ କରାଯାଇ ପାରିବ ଏବଂ ସେମାନଙ୍କ ନିମନ୍ତେ ବିପର୍ଯ୍ୟୟ ପ୍ରଶମନ ହ୍ରାସ ପାଇଁ ତୃଣ ମୂଳସ୍ତରରୁ ପ୍ରାକ୍ ପ୍ରସ୍ତୁତି ଯୋଜନା କରି ଶୁନ ମୃତ୍ୟୁହାର ବଜାୟ ରହିବ ସେ ଦିଗରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା l ବି ଡି ଓ ମାନଙ୍କ ଦାୟିତ୍ବ ଏ ଦିଗରେ ସର୍ବାଧିକ ଥିବାରୁ ତୃଣ ମୂଳ ସ୍ତରରୁ ଲିଙ୍ଗଗତ ଭାବରେ ଅନୁଧ୍ୟାନ, ପର୍ଯ୍ୟବେକ୍ଷଣ କରି ପ୍ରାକୃତିକ ଓ କୃତ୍ରିମ ବିପର୍ଯ୍ୟୟ ପରିଚାଳନା ସୁଚାରୁରୂପେ ସମ୍ପାଦନ ପାଇଁ ଖସଡ଼ା ପ୍ରସ୍ତୁତ କରିବାକୁ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ l ସେହିପରି ସି ଜି ଏମ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଲିଙ୍ଗ ଭିତ୍ତିକ ତଥା ତୃତୀୟ ଲିଙ୍ଗ, ମହିଳା, ଦିବ୍ୟାଙ୍ଗ, ବିଭିନ୍ନ ଗୋଷ୍ଠୀ, ସର୍ବୋପରି ଅଗ୍ରାଧିକାର ଭିତ୍ତିରେ ପ୍ରାଧାନ୍ୟ ଦେଇ ନୂତନ ବିପର୍ଯ୍ୟୟ ପରିଚାଳନା କୁ ସଠିକ୍ ଢଙ୍ଗରେ ପରିଚାଳନା ଦିଗରେ ଅବଗତ କରାଇଥିଲେ l ପାୱାର ପଏଣ୍ଟ ଉପକରଣରେ ଶ୍ରୀ ଅରନ୍ୟକ ମିଶ୍ର ବିଗତ ୧୯୯୯ ମହାବାତ୍ୟା ଠାରୁ ଅଦ୍ୟାବଧି ଓଡ଼ିଶାକୁ ଯାହା ବିପର୍ଯ୍ୟୟ ଆସିଛି ସେଗୁଡ଼ିକର ତଥ୍ୟ ଦେଇ କିପରି ବିପର୍ଯ୍ୟୟକୁ ପ୍ରଶମନ କରାଯାଇ ପାରିବ ବୁଝାଇଥିଲେ l ଜିଲ୍ଲାପରିଷଦ ସଭାପତି ଏବଂ ଉପସଭାପତି ବିପର୍ଯ୍ୟୟ ସମୟରେ ଅତି ଜରୁରୀ ଭାବେ ସହାୟତା ଲୋକମାନଙ୍କୁ କିପରି ସୁରକ୍ଷା ଦିଆଯିବ ସେ ସମ୍ବନ୍ଧରେ ବିସ୍ତୃତ ବକ୍ତବ୍ୟ ରଖିଥିଲେ l ଶେଷରେ ଡେପୁଟି କଲେକ୍ଟର ଜରୁରୀ ଶ୍ରୀତପା ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ l ବୈଠକରେ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀମତୀ କସ୍ତୁରୀ ବାଳା ଜେନା, ଜିଲ୍ଲା ମଙ୍ଗଳ ଅଧିକାରୀ ଡ. ଗିତାଂଶୁ ଦାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା,ବିଭିନ୍ନ ବିଭାଗୀୟ ଅଧିକାରୀ, ସମସ୍ତ ବ୍ଲକର ବି ଡି ଓ ଏବଂ ଲାଇନ୍ ଡିପାର୍ଟ ମେଣ୍ଟ ଅଧିକାରୀ ଯୋଗ ଦେଇଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande