ସାମ୍ବାଦିକଙ୍କ ମାତୃ ବିୟୋଗ
ଭୁବନ, ୭ ଅଗଷ୍ଟ (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ,ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ଓଡ଼ିଶା ଭାସ୍କର ସାମ୍ବାଦିକ ତଥା ରାଜ୍ୟ ସାମ୍ବାଦିକ ସଂଘ ( ଏସ ୟୁ ଜେ) ର ଜାତୀୟ ପରିଷଦ ସଭ୍ୟ ବରିଷ୍ଠ ସାମ୍ବାଦିକ ମଧୁପ ରଞ୍ଜନ ନନ୍ଦଙ୍କ ମା ଶାନ୍ତିଲତା ନନ୍ଦ ( ୭୧ )ଙ୍କର ବୁଧବାର ଦିନ କଟକ ବ
ସାମ୍ବାଦିକଙ୍କ ମାତୃ ବିୟୋଗ


ଭୁବନ, ୭ ଅଗଷ୍ଟ (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ,ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ଓଡ଼ିଶା ଭାସ୍କର ସାମ୍ବାଦିକ ତଥା ରାଜ୍ୟ ସାମ୍ବାଦିକ ସଂଘ ( ଏସ ୟୁ ଜେ) ର ଜାତୀୟ ପରିଷଦ ସଭ୍ୟ ବରିଷ୍ଠ ସାମ୍ବାଦିକ ମଧୁପ ରଞ୍ଜନ ନନ୍ଦଙ୍କ ମା ଶାନ୍ତିଲତା ନନ୍ଦ ( ୭୧ )ଙ୍କର ବୁଧବାର ଦିନ କଟକ ବଡ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ଗତ ଶୁକ୍ରବାର ଦିନ ସେ ଚନ୍ଦନବୋଡା ସର୍ପାଘାତରେ ଶିକାର ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଦେହାନ୍ତ ହୋଇଥିଲା । ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ବଡପୁଅ ସାମ୍ବାଦିକ ମଧୁପ ରଞ୍ଜନ ନନ୍ଦ ଙ୍କ ସମେତ ମଝିଆଁ ପୁଅ ଶିକ୍ଷକ ମଳୟ ରଞ୍ଜନ ନନ୍ଦ, ସାନ ପୁଅ ମିହିର ରଞ୍ଜନ ନନ୍ଦ,ଝିଅ ମମତା,ଜ୍ବାଇଁ ଦୀପକ ,ନାତି ଦିବ୍ୟଜ୍ୟୋତି ପ୍ରମୁଖ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ତାଙ୍କ ମର ଶରୀର କୁ ଓଡ଼ିଶ ଗ୍ରାମକୁ ଅଣାଯିବା ପରେ ଭୁବନ ସାମ୍ବାଦିକ ସଂଘ ସଂପାଦକ ସୁଶାନ୍ତ କୁମାର ପୋଥାଳ,କର୍ମକର୍ତ୍ତା ଦେବାନନ୍ଦ ସାହୁ,ମନୋଜ କୁମାର ପୋଥାଳ, ଉପଦେଷ୍ଟା ଭୁବନ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ, ନଗରପାଳ ଶୁଭେନ୍ଦୁ କୁମାର ସାହୁ,ସୁକିନ୍ଦା ପ୍ରେସ କ୍ଲବ ସଭାପତି ବିଶ୍ବଜିତ ନାୟକ, କୈଳାସ ନାୟକ, ରବି ନାରାୟଣ କର, ଅସିତ୍ ମହାନ୍ତ, ଓଏମସି ପ୍ରବନ୍ଧକ ଇଂ. ରଞ୍ଜନ କୁମାର ସାମଲ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଘରେ ପହଞ୍ଚି ଶେଷ ଦର୍ଶନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଥିଲେ । ମଧ୍ୟ ରାତ୍ରରେ ଗ୍ରାମ ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା। ସାନ ପୁଅ ମିହିର ନନ୍ଦ ମୁଖାଗ୍ନି ଦେଇଥିଲେ । ଶାନ୍ତି ଦେବୀ ଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ,ପ୍ରୀତି ରଞ୍ଜନ ଘଡାଇ ( ଡାନି),ପୂର୍ବତନ ସାଂସଦ ମହେଶ ସାହୁ,ଏସ ୟୁ ଜେ ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକ, ଏସ ୟୁ ଜେ ଢେଙ୍କାନାଳ ଶାଖା ସାମ୍ବାଦିକ ଗଗନ ବିହାରୀ ପଣ୍ଡା,ସଦାଶିବ ମହାପାତ୍ର,କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ଶୁଭମୟ ନନ୍ଦ,କର୍ମକର୍ତ୍ତା ପ୍ରକାଶ କୁମାର ପାତ୍ର, ଗନ୍ଦିଆ ସାମ୍ବାଦିକ ସଂଘର ପ୍ରଦୀପ କୁମାର ଦାସ, ବାଦଲ ମହାନ୍ତି, ଅକ୍ଷୟ ପାତ୍ର, ସୌମ୍ୟ ରଞ୍ଜନ ମହାନ୍ତି ପ୍ରମୁଖ ଫୋନ୍ ଯୋଗେ ଗଭୀର ଶୋକ ପ୍ରକାଶ କରିଥିଲେ । ସ୍ୱର୍ଗୀୟା ନନ୍ଦ ଓଡ଼ିଶ ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ପ୍ରଧାନଶିକ୍ଷକ ସ୍ବର୍ଗତ ମହେଶ୍ୱର ନନ୍ଦ ଙ୍କ ଧର୍ମପତ୍ନୀ ଥିଲେ । ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ମାସ ୧୮ ତାରିଖରେ ସାମ୍ବାଦିକ ମଧୁପ ନନ୍ଦ ଙ୍କ ପିତା ମହେଶ୍ୱର ଙ୍କ ବିୟୋଗ ହୋଇଥିଲା । ସ୍ୱର୍ଗିୟା ନନ୍ଦ ଏକାଧାରରେ ଜଣେ ମିଷ୍ଟଭାଷୀ,ଧର୍ମ ପରାୟଣ,ପରୋପକାରୀ, ସ୍ନେହୀ,ଦୟାଳୁ, ମେଳାପି ମହିଳା ଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande