ବିଇଓ କାର୍ଯ୍ୟାଳୟ କିରାଣୀ ଅଶାଳୀନ ବ୍ୟବହାର ନେଇ ଅଭିଯୋଗ
ବାରିପଦା, ୭ ଅଗଷ୍ଟ (ହି.ସ.) - ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ) କାର୍ଯ୍ୟାଳୟର କିରାଣୀ ଶାନ୍ତନୁ କର ମହିଳାଙ୍କୁ ଅଶାଳୀନ ବ୍ୟବହାର ନେଇ ଅଭିଯୋଗ ହୋଇଛି। ଏନେଇ ସାଧନା କେନ୍ଦ୍ରର ସଂଯୋଜିକା କନକଲତା ମାଝୀ ଭଞ୍ଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କର ୨୦୨୪ମସିହାର ଇନକ୍ରିମେଂଟ ଏରିଅର
ବିଇଓ କାର୍ଯ୍ୟାଳୟ କିରାଣୀ ଅଶାଳୀନ ବ୍ୟବହାର ନେଇ ଅଭିଯୋଗ


ବାରିପଦା, ୭ ଅଗଷ୍ଟ (ହି.ସ.) - ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ) କାର୍ଯ୍ୟାଳୟର କିରାଣୀ ଶାନ୍ତନୁ କର ମହିଳାଙ୍କୁ ଅଶାଳୀନ ବ୍ୟବହାର ନେଇ ଅଭିଯୋଗ ହୋଇଛି। ଏନେଇ ସାଧନା କେନ୍ଦ୍ରର ସଂଯୋଜିକା କନକଲତା ମାଝୀ ଭଞ୍ଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କର ୨୦୨୪ମସିହାର ଇନକ୍ରିମେଂଟ ଏରିଅର ବିଲ କାମ କରିବା ପାଇଁ କିରାଣୀ ଶ୍ରୀ କରଙ୍କ ନିକଟକୁ ଯାଇଥିଲେ। ସେ କିନ୍ତୁ ତାହା କରିବାକୁ ଲାଂଚ ମାଗିବା ସହ ଦ୍ୱି ଅର୍ଥ ବୋଧକ ଅସଦାଚରଣ ଶବ୍ଦ ବ୍ୟବହାର କହିଥିଲେ। ସେ ଜଣେ ଆଦିବାସି ମହିଳା ହୋଇଥିବା ବେଳେ ତାଙ୍କୁ ସର୍ବସମ୍ମୁଖରେ ବାରମ୍ବାର ଅପମାନିତ କରିଥିଲେ। ଯାହାକୁ ନେଇ ବିଇଓ ଅଭିମନ୍ୟୁ ସେଠିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ କୋଣସି ପଦକ୍ଷେପ ଗ୍ରହଣ କରିନଥିଲେ। ତେବେ ବାରମ୍ବାର ତାଙ୍କୁ ଏହିପରି ଅଶାଳୀନ ବ୍ୟବହାର କରୁଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande