ପୁରୀ, ୭ ଅଗଷ୍ଟ (ହି.ସ.)- ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯ୍ୟାତନା, ବଳଙ୍ଗା ପୀଡିତାଙ୍କ ପରିବାରକୁ ଏକ କୋଟି କ୍ଷତିପୂରଣ, ପୋଲିସ ତଦନ୍ତ ସନ୍ଦେହଜନକ ଥିବାରୁ ନ୍ୟାୟିକ ତଦନ୍ତ, ଉପମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସିପିଆଇ ଓ ସିପିଏମ ପକ୍ଷରୁ ଅଗଷ୍ଟ ସାତ ତାରିଖରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଥିଲା |
ସିପିଆଇ ର ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ବ୍ରଜବନ୍ଧୁ ପ୍ରଧାନ, ପ୍ରଦୀପ୍ତ କୁମାର ମହାନ୍ତି, ହରିହର ସେନାପତି, ଡାକ୍ତର ପ୍ରଫୁଲ ମହାପାତ୍ର, ଗୋପାଳ ପ୍ରଧାନ, ସିପିଏମ ର ଜିଲ୍ଳାସମ୍ପାଦକ ଜଗନ୍ନାଥ ଦେଓ, ସୁରେନ୍ଦ୍ର ଜେନା, ଶରତ ରାୟଗୁର, ଶ୍ରୀକାନ୍ତ ପରିଜା, ବନବାସୀ ମହାପାତ୍ର ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ |
ହିନ୍ଦୁସ୍ଥାନ ସମାଚାର / ବିଜୟ