ମଧ୍ୟପ୍ରଦେଶର କୁବେରେଶ୍ୱର ଧାମରେ ୩ଦିନ ମଧ୍ୟରେ ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ପଣ୍ଡିତ ପ୍ରଦୀପ ମିଶ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି
ସୀହୋର, ୦୮ ଅଗଷ୍ଟ(ହି.ସ.) – ମଧ୍ୟପ୍ରଦେଶର ସୀହୋର ଜିଲ୍ଲାରେ ଗତ ତିନି ଦିନ ମଧ୍ୟରେ କୁବେରେଶ୍ୱର ଧାମରେ ଆୟୋଜିତ କାଉଡି ଯାତ୍ରାରେ ସାମିଲ ହେବାକୁ ଆସିଥିବା ସାତ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ଏହାପରେ ଭାଜପାରୁ ନେଇ କଂଗ୍ରେସ ବିଧାୟକ ଏହିପରି ଆୟୋଜନ ଉପରେ ପ୍ରଶ୍ନ ଉଠାଇଛନ୍ତି। ବିଜେପିର ବରିଷ୍ଠ ନେତ
ମଧ୍ୟପ୍ରଦେଶର କୁବେରେଶ୍ୱର ଧାମରେ ୩ଦିନ ମଧ୍ୟରେ ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ପଣ୍ଡିତ ପ୍ରଦୀପ ମିଶ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି


ସୀହୋର, ୦୮ ଅଗଷ୍ଟ(ହି.ସ.) – ମଧ୍ୟପ୍ରଦେଶର ସୀହୋର ଜିଲ୍ଲାରେ ଗତ ତିନି ଦିନ ମଧ୍ୟରେ କୁବେରେଶ୍ୱର ଧାମରେ ଆୟୋଜିତ କାଉଡି ଯାତ୍ରାରେ ସାମିଲ ହେବାକୁ ଆସିଥିବା ସାତ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ଏହାପରେ ଭାଜପାରୁ ନେଇ କଂଗ୍ରେସ ବିଧାୟକ ଏହିପରି ଆୟୋଜନ ଉପରେ ପ୍ରଶ୍ନ ଉଠାଇଛନ୍ତି। ବିଜେପିର ବରିଷ୍ଠ ନେତା ଏବଂ ପୂର୍ବତନ ମନ୍ତ୍ରୀ କୁସୁମ ମହଦେଲେ ପଣ୍ଡିତ ପ୍ରଦୀପ ମିଶ୍ରଙ୍କୁ ରୁଦ୍ରାକ୍ଷ ବିତରଣ ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି। ଏହାସହ ସେ ସରକାରଙ୍କୁ ପଣ୍ଡିତ ପ୍ରଦୀପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ କହିଛନ୍ତି। ରାଜସ୍ୱ ମନ୍ତ୍ରୀ କରଣ ସିଂହ ବର୍ମା କୁବେରେଶ୍ୱର ଧାମ ଆସିଥିବା ଲୋକଙ୍କ ମୃତ୍ୟୁକୁ ନେଇ ନ୍ୟାୟିକ ଯାଂଚ କରିବାକୁ କହିଛନ୍ତି। ମଧ୍ୟପ୍ରଦେଶ ମାନବ ଅଧିକାର ଆୟୋଗ ଏହି ମାମଲାର ଯାଂଚ କରିଛନ୍ତି। ତେବେ ପଣ୍ଡିତ ପ୍ରଦୀପ ମିଶ୍ରଙ୍କ ନେତୃତ୍ୱରେ ବୁଧବାର ଦିନ ସୀହୋରର ସିବନ ନଦୀରୁ କୁବେରେଶ୍ୱର ଧାମ ପର୍ଯ୍ୟନ୍ତ ୧୧ କିଲୋମିଟର କାଉଡି ଯାତ୍ରା ବାହାରିଥିଲା। ଏହି ଆୟୋଜନରେ ସାମିଲ ହେବାପାଇଁ ସାରା ଦେଶରୁ ଶ୍ରଦ୍ଧାଳୁ ଏଠାରେ ପହଂଚିଥିଲେ। ଏଠାରେ ଗୋଟିଏ ଦିନ ପୂର୍ବରୁ ମାନେ ମଙ୍ଗଳବାର ଦିନ ସକାଳୁ ଭୀଡ଼ ଆରମ୍ଭ ହୋଇଯାଇଥିଲା। ମଙ୍ଗଳବାର ଦିନ କୁବେରେଶ୍ୱର ଧାମରେ ରୁଦ୍ରାକ୍ଷ ବିତରଣ ସମୟରେ ଦୌଡ଼ାଦୌଡ଼ି ଲାଗିଯାଇଥିଲା, ଯେଉଁଥିରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିଲାବେଳେ ବୁଧବାର ଦିନ ବିଭିନ୍ନ କାରଣରୁ ଅଲଗା ଅଲଗା ଜାଗାରେ ତିନି ଶ୍ରଦ୍ଧାଳୁମାନେ ମୃତ୍ୟୁବରଣ କରିଥିଲେ ଏବଂ ତିନି ଶ୍ରଦ୍ଧାଳୁ ଆହତ ହୋଇଥିଲେ। ଏହାପରେ ଗୁରୁବାର ଦିନ ମଧ୍ୟ ଏଠାରେ ଦୁଇ ଅନ୍ୟ ଲୋକଙ୍କ ମୃତ୍ୟୁ ହୋଇଥିଲା। ମାନେ ଗତ ତିନିଦିନରେ କୁବେରେଶ୍ୱର ଧାମ ଆସିଥିବା ମୋଟ ସାତ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande