କେନ୍ଦୁଝର, ୭ ଅଗଷ୍ଟ (ହି.ସ.)- ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ବରାହାଟିପୁରା ନୀଳକଣ୍ଠେଶ୍ଵର ହାଇସ୍କୁଲ ସୌଜନ୍ୟ ରୁ ଘଟଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହଭାଗିତା ଶିକ୍ଷକ ରୋହିତ କୁମାର ବେହେରାଙ୍କ ତତ୍ୱାବଧାନରେ ମା ପାଇଁ ଗଛ ଟିଏକାର୍ଯ୍ୟକ୍ରମ ଘଟଗାଁ ଠାରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମକୁ ସାଂସଦଙ୍କ ପ୍ରତିନିଧି ଅଖିଳ ପାତ୍ର,ସ୍ଥାନୀୟ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀଙ୍କ ସମେତ ଅନ୍ୟ ଅତିଥି ମାନେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଏଥି ଅବସରରେ ଉଭୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ହାତରେ ପ୍ଲାକକାର୍ଡ ଧରି ଘଟଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରୁ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ବୃକ୍ଷରୋପଣ ବିଭିନ୍ନ ସ୍ଲୋଗାନ ଦେଇ ଘଟଗାଁ ବଜାର ପରିକ୍ରମା କରିଥିଲେ।
ପରେ ଘଟଗାଁ ବନବିଭାଗ କାର୍ଯ୍ୟାଳୟ ,ଘଟଗାଁ ବ୍ଲକ୍ କାର୍ଯ୍ୟାଳୟ ଏବଂ ବିଇଓଙ୍କ କାର୍ଯ୍ୟାଳୟ ପରିସରରେ ପଥପ୍ରାନ୍ତ ନାଟକ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ବ୍ୟାପକ ବୃକ୍ଷରୋପଣ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA