ଭବାନୀପାଟଣା, ୦୮ ଅଗଷ୍ଟ(ହି.ସ.) – କାର୍ଯ୍ୟସ୍ଥଳରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଚଙଝଐ ଆଇନ ୨୦୧୩ ବିଷୟରେ ଏକ ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ବଇତୁରା ଦୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ, ଜିଲ୍ଲା ପ୍ରଶାସନ ଓ ସାମାଜିକ ସଂଗଠନ ‘କର୍ତବ୍ୟ’ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଦ୍ଭଗ୍ଧରକ୍ସଦ୍ଭବକ୍ଷ ଉକ୍ଟଜ୍ଞଜ୍ଞସଗ୍ଧଗ୍ଧରର(ଓଉ), ଖକ୍ଟମବକ୍ଷ ଉକ୍ଟଜ୍ଞଜ୍ଞସଗ୍ଧଗ୍ଧରର (ଖଉ), ନୋଡାଲ୍ ଅଫିସର, ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ଏନ୍ଜିଓର କର୍ମକର୍ତାମାନେ ଅଂଶଗ୍ରହଣ କରି ଅଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ତାଲିମଦାତା ଭାବେ ଉପ ଜିଲ୍ଲାପାଳ, ଭବାନୀପାଟଣା ପ୍ରଭାତ କୁମାର ପରିଡ଼ା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଓ ଲୋକାଲ କମିଟି ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ମହାନ୍ତି ତାଲିମ ପ୍ରଦାନ କରିଥିଲେ। ସେମାନେ ଚଙଝଐ ଆଇନ ଅନୁସାରେ କାର୍ଯ୍ୟସ୍ଥଳରେ ମହିଳାଙ୍କ ସୁରକ୍ଷା, ଯୌନ ଅତ୍ୟାଚାର ବିରୋଧରେ ତଦନ୍ତ ପ୍ରକ୍ରିୟା ଓ ଓଉ ଓ ଖଉର ଭୂମିକା ବିଷୟରେ ଅଲୋଚନା କରିଥିଲେ। ପ୍ରଶିକ୍ଷଣରେ ଚଙଝଐ ଆଇନର ମୂଳ ଧାରା, ଅଭିଯୋଗ ପଦ୍ଧତି, ତଦନ୍ତ ନିୟମାବଳୀ, ଶିକ୍ଷାମୂଳକ ଓ ଶାସନାତ୍ମକ ବ୍ୟବସ୍ଥା ଏବଂ ଅଭିଯୋଗ ଦାଖଲ ବିଷୟରେ ମଧ୍ୟ ବିସ୍ତୃତ ସୂଚନା ଦିଆଯାଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ, ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମୁଜିବୁନ ନିଷା ଉଦ୍ଘାଟନ ଅବସରରେ ସ୍ୱାଗତ ଜଣାଇ ପ୍ରଶିକ୍ଷଣର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ସମାଜ କଲ୍ୟାଣ ଅଧିକାରିଣୀ ସୁଚରିତା ମହାପାତ୍ର ଆଲୋଚନା ଆଗକୁ ନେଇଥିଲେ। ‘ୱିମେନ ହବ’ର ଜିଲ୍ଲା ସଂଯୋଜକ ଯୋଗେଶ୍ୱର ବୁଦ୍ଧିଆ କେମିତି ଶି-ବକ୍ସ ପୋର୍ଟାଲ ମାଧ୍ୟମରେ ଅନଲାଇନ୍ ଅଭିଯୋଗ ଦାଖଲ କରିପାରିବେ, ତାହା ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ। ଶେଷରେ କର୍ତବ୍ୟ ସଂଗଠନ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାର ସମାପନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଜୟକୃଷ୍ଣ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ