ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଅଭିଯୁକ୍ତ ଛାତ୍ର ଗିରଫ
Bhubaneswar, 7 ଅଗଷ୍ଟ (ହି.ସ.) ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଯୁକ୍ତ 2 ଛାତ୍ର ଗିରଫ ଜୟପୁର ଗୋଟିଏ ଘୋରେଇ ଇ˚ରାଜୀ ବିଦ୍ୟାଳୟର ଛାତ୍ରୀ ହଷ୍ଟେଲରେ ରହୁଥିବା ଦଶମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର
ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଅଭିଯୁକ୍ତ ଛାତ୍ର ଗିରଫ


Bhubaneswar, 7 ଅଗଷ୍ଟ (ହି.ସ.)

ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଯୁକ୍ତ 2 ଛାତ୍ର ଗିରଫ

ଜୟପୁର

ଗୋଟିଏ ଘୋରେଇ ଇ˚ରାଜୀ ବିଦ୍ୟାଳୟର ଛାତ୍ରୀ ହଷ୍ଟେଲରେ ରହୁଥିବା ଦଶମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର କଲେଜ ଛାତ୍ର ଅଟେ। ଶିଶୁ ମଙ୍ଗଳ ଅଧିକାରୀ ଆଭା ପ୍ରଧାନଙ୍କ କହିବାନୁଯାୟୀ ଗତ ଜୁନ ମାସରେ ନାବାଳିକା ଗାଁକୁ ଯାଇଥିଲେ। ପୂର୍ବରୁ ପରିଚିତ ଥିବା ଛାତ୍ରଜଣକ ନାବାଳିକା ଘରେ ପହଁଚି ଘରେ କେହି ନଥିବା ସୁଯୋଗ ନେଇ ତାହା ସହିତ ଶାରିରକ ସ˚ପର୍କ ରଖିଥିଲା। ଏହାପରେ ନାବାଳିକା ହଷ୍ଟେଲକୁ ଆସିଥିଲା। ଅସୁସ୍ଥ ହେବାକୁ ସ୍ବାସ୍ଥ୍ୟ ପରୀକ୍ଷା ପରେ ସେ ଗର୍ଭବତୀ ଥିବା ସ୍ପଷ୍ଟ ହୋଇଥିଲା। ଏ ସ˚ପର୍କରେ ହଷ୍ଟେଲ କର୍ତ୍ତୁପକ୍ଷ ମହିଳା ପୁଲିସକୁ ଜଣାଇବାପରେ ମାମଲା ରୁଜୁ ହେବା ପରେ ନାବାଳିକାର ବୟାନ ରେକର୍ଡ ଏବ˚ ଡାକ୍ତରୀପରୀକ୍ଷା କରାଗଲା। ଛାତ୍ରୀଠାରୁ ସମସ୍ତ ଖବର ଶୁଣି ଅଭିଯୁକ୍ତ ଛାତ୍ରକୁ ପୁଲିସ ଗିରଫ କରିଛି। ପୀଡିତାକୁ ଶିଶୁ ମଙ୍ଗଳ କମିଟିକୁ ହାଜର କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande