ନାବାଳିକାକୁ ଗଣ ଦୁଷ୍କର୍ମ ନେଇ ଅଭିଯୋଗ ପରିବାର ଲୋକଙ୍କ ଅଭିଯୋଗକ୍ରମେ ମାମଲା ରୁଜୁ ୩ଜଣ ଗିରଫ ସହ କୋର୍ଟ ଚାଲାଣ
ବାରିପଦା, ୭ ଅଗଷ୍ଟ (ହି.ସ.) - ମୟୂରଭଞ୍ଜ ଜିଲ୍ଲା ଖୁଂଟା ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଜନୈକା ୧୦ ବର୍ଷର ନାବାଳିକା ଘରେ ଶୋଇଥିବା ବେଳେ ୩ଜଣ ଯୁବକ ଟେକିନେଇ ବଳପୂର୍ବକ ଗଣଦୁଷ୍କର୍ମ କରିଥିବା ନେଇ ନାବାଳିକାର ମା'' ଖୁଂଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋ
ନାବାଳିକାକୁ ଗଣ ଦୁଷ୍କର୍ମ ନେଇ ଅଭିଯୋଗ ପରିବାର ଲୋକଙ୍କ ଅଭିଯୋଗକ୍ରମେ ମାମଲା ରୁଜୁ ୩ଜଣ ଗିରଫ ସହ କୋର୍ଟ ଚାଲାଣ


ବାରିପଦା, ୭ ଅଗଷ୍ଟ (ହି.ସ.) - ମୟୂରଭଞ୍ଜ ଜିଲ୍ଲା ଖୁଂଟା ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଜନୈକା ୧୦ ବର୍ଷର ନାବାଳିକା ଘରେ ଶୋଇଥିବା ବେଳେ ୩ଜଣ ଯୁବକ ଟେକିନେଇ ବଳପୂର୍ବକ ଗଣଦୁଷ୍କର୍ମ କରିଥିବା ନେଇ ନାବାଳିକାର ମା' ଖୁଂଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭତିିକରି ଖୁଂଟା ପୋଲିସ ଜଣେ ନାବାଳକ ସମେତ ୩ଜଣକୁ ଏହି ଘଟଣାରେ ଗିରଫ କରି କୋର୍ଟ ଚାଲାଣ କରି ତଦନ୍ତ ଜାରି ରଖିଛି। ସୁଚନା ଥାଉ କି, ଗତ ଜୁଲାଇ ୨୪ ତାରିଖ ଦିନ ଏହି ଘଟଣା ଘଟିଥିବା ବେଳେ ଝିଅର ପରିବାର ଲୋକ ତା ପରଦିନ ଗୁରୁତର ଅବସ୍ଥାରେ ଝିଅକୁ ପିଆରଏମ୍ ଡାକ୍ତରଖାନାରେ ଭର୍ତି କରି ଚିକିତ୍ସା କରିଥିଲେ । ଚିକିତ୍ସାରେ ସୁଧାର ଆସିବା ପରେ ପିଡି଼ତା ଘରକୁ ଫେରିଥିଲେ। ପରେ ଏହି ଘଟଣା ବାବଦରେ ପିଡ଼ିତା ଘର ଲୋକଙ୍କୁ ସବୁକଥା ଖୋଲି କହିଥିଲେ। ଏନେଇ ଗାଁ ରେ ଏକ ବୈଠକ ହୋଇଥିଲା। ଏହି ବୈଠକରେ ସମ୍ପୃକ୍ତ ଜଣେ ନାବାଳକ ସମେତ ୨ ଜଣ ଯୁବକକୁ ଡ଼ାକି ସଭା ମଝିରେ ପଚରାଉଚରା କରାଯାଇଥିଲା। ହେଲେ ଯୁବକ ମାନେ ଏହି କଥାକୁ ଖଣ୍ଡନ କରିବା ସହ ଏହି ଘଟଣା ସହ ସେମାନଙ୍କର କୌଣସି ସମ୍ପର୍କ ନଥିବା କହିଥିଲେ। ଶେଷରେ ପରିବାର ଲୋକ ଗାଁ ବୈଠକରେ ନିରାଶ ହେବା ପରେ ବାଧ୍ୟ ହୋଇ ଖୁଂଟା ଥାନାରେ ଦ୍ୱାରସ୍ଥ ହେବା ସହ ଲିଖିତ ଅଭିଯୋଗ କରିଥିଲେ। ତେବେ ଏହି ଘଟଣାରେ ଖୁଂଟା ପୋଲିସ ତିନି ଜଣ ଯୁବକଙ୍କ ନାଁରେ ତିନୋଟି ମାମଲା ରୁଜୁ କରି ଅଧିକ ତଦନ୍ତ କରିଥିଲେ। ଦୁଷ୍କର୍ମ ଘଟଣାର ୧ବର୍ଷ ୬ମାସ ପରେ ୩ଜଣକୁ ଗିରଫ କରି ଖୁଂଟା ପୁଲିସ କୋର୍ଟ ଚାଲାଣ କରିଛନ୍ତି। ୩ଜଣକ ମଧ୍ୟରେ ପିଡିତାଙ୍କ ୧୯ବର୍ଷିଆ ଭେଣେଇ, ୧୩ବର୍ଷର ଜଣେ ନାବାଳକ ଓ ୧୯ବର୍ଷିଆ ଯୁବକ ରହିଛନ୍ତି। ୩ଜଣ ପୃଥକ ସମୟରେ ଦୁଷ୍କର୍ମ କରିଥିବା ନେଇ ପୃଥକ ଭାବରେ ମାମଲା ରୁଜୁ ହୋଇ କୋର୍ଟ ଚାଲାଣ ହୋଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande