ବାରିପଦା, ୭ ଅଗଷ୍ଟ (ହି.ସ.) - ଆଜି ମୟୁରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଇଶ୍ୱର ଚନ୍ଦ୍ର ନାଏକଙ୍କ ସଭାପତିତିତ୍ୱରେ ପୋଲିଙ୍ଗ ବୁଥ ଗୁଡିକର ଯୁକ୍ତିଯୁକ୍ତକରଣ ତଥା ନାମ, ସ୍ଥାନ ଓ ନୂତନ ବୁଥ ସୃଷ୍ଟି ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସରକାରୀ ନିର୍ଦେଶନାମାନୁଯାୟୀ ଗୋଟିଏ ମତଦାନ କେନ୍ଦ୍ର ଗୋଟିଏ ଗ୍ରାମ ପଂଚାୟତ ଭିତରେ ସୀମିତ ରଖିବା ସହିତ ଜିଲ୍ଲାରେ ୧୨୦୦ ରୁ ଉର୍ଦ୍ଧ ମତଦାତା ଥିବା ବୁଥ ଗୁଡିକରେ ନୂତନ ବୁଥ ସୃଷ୍ଟି କରିବା ପାଇଁ ଆସିଥିବା ନିର୍ଦେଶ ଆଧାରରେ ଜିଲ୍ଲାର ୯ଟି ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ମୋଟ ୨୩୭୨ ଗୋଟି ମତଦାନ କେନ୍ଦ୍ର ଥିବା ବେଳେ ବର୍ତମାନ ଜିଲ୍କାର ମତଦାତାଙ୍କ ସଂଖ୍ୟା ଅନୁସାରେ ଆଉ ୩୯୦ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟିର ଆବଶ୍ୟକତା ରହିଛି ବୋଲି ଜଣାପଡିଛି ଏବଂ ଏହା ଫଳରେ ମୋଟ ମତଦାନ କେନ୍ଦ୍ରର ସଂଖ୍ୟା ବୃଦ୍ଧି ପାଇ ୨୭୨୫ ହେବ ବୋଲି କହିଥିଲେ । ନୂତନ ଭାବେ ସୃଷ୍ଟି ହେବାକୁ ଥିବା ୩୯୦ଟି କେନ୍ଦ୍ର ମଧ୍ୟରୁ ୨୧୯ଟି କେନ୍ଦ୍ର ବିଦ୍ୟମାନ ସ୍ଥାନରେ ସୃଷ୍ଟି ହେବାକୁ ଥିବା ବେଳେ ୧୩୪ଟି ମତଦାନ କେନ୍ଦ୍ର ନୂତନ ସ୍ଥାନରେ ସୃଷ୍ଟି ହେବା ନେଇ ପ୍ରସ୍ତାବ ରହିଛି ।
ଅନୁଷ୍ଠିତ ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ପ୍ରତିନିଧି ଜିଲ୍ଲାପାଳ କ୍ରିସେନସିଆ ତୀର୍କୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କ ସମେତ ବିଜେପି ଦଳର ପ୍ରଦୀପ କୁମାର ମହାନ୍ତି, ପ୍ରବୀଣ କୁମାର ପାତ୍ର, ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ଦଳରୁ ଅଶୋକ କୁମାର ଗିରି ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ