ଭଦ୍ରକ, ୭ ଅଗଷ୍ଟ (ହି.ସ.) - ଦୁର୍ଘଟଣା ହ୍ରାସ ଲକ୍ଷ୍ୟରେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ରେ ଆଜି ଜିଲ୍ଲା ପରିବହନ ବିଭାଗ ଓ ତିହିଡି, ପିରହାଟ ପୁଲିସର ମିଳିତ ସହଯୋଗରେ ଗାଡି ଯାଂଚ ରୁ ୫ ଲକ୍ଷ ୮୩ ହଜାର ଟଙ୍କା ର ଜରିମାନା ଆଦାୟ ହୋଇଥିବାର ଜଣାପଡିଛି। ଏହି ଯାଂଚ ସମୟରେ ମଦ ପିଇ ଗାଡି ଚଳବାଇବା ଅଭିଯୋଗ ରେ ଜଣେ, ତିରିଶ ଗୋଟି ବିନା ହେଲମେଟ ରେ ଗାଡି ଚାଳନା, ସିଟ ବେଲଟ ପିନ୍ଧି ନ ଥିବା ଅଭିଯୋଗ ରେ ଦୁଇ, ଓ ଯାତ୍ରୀ ବାହି ଗାଡି ରେ ପଣ୍ୟ ସାମଗ୍ରୀ ପରିବହନ ଅଭିଯୋଗ ରେ ଏହି ଜରିମାନା କଟା ଯାଇଥିବା ଜଣା ପଡିଛି। ଏହି ଯାଂଚରେ ଜିଲ୍ଲା ପରିବହନ ର ରାସ୍ତା ସୁରକ୍ଷା ଅଧିକାରୀ ସେକ ଅବଦୁଲ ରହିମ, ଟ୍ରାଫିକ ସବ ଇନ୍ସପେକ୍ଟର ଶର୍ମିଷ୍ଠା ମିଶ୍ର, କନିଷ୍ଠ ଏମ ଭି ଆଇ ପ୍ରିୟଙ୍କା ପ୍ରଧାନ,ଅତିରିକ୍ତ ଟ୍ରାଫିକ ସବ ଇନ୍ସପେକ୍ଟର ଶ୍ୟାମସୁନ୍ଦର ନାୟକ ଙ୍କ ସମେତ ଉଭୟ ତିହିଡି ଓ ପିରହାଟ ପୁଲିସର କର୍ମଚାରୀ ସାଙ୍ଗକୁ ପରିବହନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ