ଭୁବନେଶ୍ୱର, ୭ ଅଗଷ୍ଟ (ହି.ସ)- ଖଣ୍ଡପଡ଼ା ରାଜା ଓ ପୂର୍ବତନ ମନ୍ତ୍ରୀ ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ବିୟୋଗରେ ପିସିସି ସଭାପତି ଭକ୍ତ ଚରଣ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଏକ ଶୋକ ବାର୍ତାରେ ପିସିସି ସଭାପତି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା, ଖଣ୍ଡପଡ଼ା ରାଜା ଓ ପୂର୍ବତନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ।
ସେ ଖଣ୍ଡପଡ଼ାରୁ (୧୯୮୦, ୧୯୮୫, ୧୯୯୫) ତିନି ଥର ବିଧାୟକ ରହିବା ସହ ଓଡ଼ିଶା ସରକାରରେ ମନ୍ତ୍ରୀ ତଥା ବିଧାନସଭାରେ ଉପବାଚସ୍ପତିର ଦାୟିତ୍ୱ ତୁଲାଇଥିଲେ । ଜଣେ ପରୋପକାରୀ ନେତା ରୂପେ ତାଙ୍କର ସୁନାମ ଥିଲା ।ସ୍ୱର୍ଗତଃ ବିଭୁତି ଭୂଷଣ ମର୍ଦ୍ଦରାଜଙ୍କ ବିୟୋଗ କେବଳ ଖଣ୍ଡପଡ଼ା ନୁହେଁ, ସମଗ୍ର ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି । ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଉଛି । ମହାପ୍ରଭୁ ଜଗନ୍ନାଥ ଏ ଦୁଃଖ ସହିବାକୁ ସେମାନଙ୍କୁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ । ଓଁ ଶାନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା