କେନ୍ଦ୍ରାପଡ଼ା, ୦୮ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବଡପଡା ଅଂଚଳରେ ଜଣେ ଯୁବତୀ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗେଇ ଦେଇଥିବା ଜଣାପଡିଥିଲା। ଘରେ କେହି ନଥିବା ବେଳେ ଯୁବତୀ ଜନଙ୍କ ଏହି କାଣ୍ଡ ଘଟାଇଥିବା ଜଣାପଡିଥିଲା ଓ ଯୁବତୀ ଙ୍କର ମୃତ୍ୟୁ ଘଟିଥିଲା। ଯୁବତୀ ଯୁକ୍ତ ୩ ର ଶେଷ ବର୍ଷରେ ପାଠ ପଢୁଥିଲେ। ଛାତ୍ରୀ ଜଣଙ୍କ କେଉଁ ପରିସ୍ଥିତିରେ ନିଜକୁ ନିଆଁ ଲଗାଇଲେ କି ଘରେ କେହି ନଥିବାବେଳେ ତାଙ୍କୁ କେହି ପୋଡି ମାରି ଦେଇଛନ୍ତି ତାହା ଜଣାପଡ଼ି ନଥିଲେ ସୁଦ୍ଧା ପାରିପାର୍ଶ୍ୱିକ ଅବସ୍ଥା ଦେଖିଲେ ଜଣା ପଡୁଥିଲା ଏହା ଏକ ହତ୍ୟାକାଣ୍ଡ। ଛାତ୍ରୀଙ୍କୁ ଜଣେ ପୁରୁଷ ବନ୍ଧୁ ବ୍ଲାକ୍ ମେଲ କରୁଥିବା ଅଭିଯୋଗ ହୋଉଛି କ୍ଷବିଳମ୍ବରେ ହେଉପଛେ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିଲା। ପୁରୁଷ ବନ୍ଧୁ ନାମରେ ୮ ମାସ ଆଗରୁ ଛାତ୍ରୀଙ୍କ ପରିବାର ପକ୍ଷରୁ ପଟ୍ଟାମୁଣ୍ଡାଇ ଥାନା ରେ ଅଭିଯୋଗ ହୋଇଥିଲା କ୍ଷ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱ ଦେଇ ନଥିଲା ବରଂ ହେଗ୍ୟାନ କରିଥିଲା ପଟାମୁଣ୍ଡାଇ ପୋଲିସ କ୍ଷ ସମ୍ପୃକ୍ତ ପୁରୁଷ ବନ୍ଧୁ ଛାତ୍ରୀଙ୍କୁ ହତ୍ୟା ଧମକ ମଧ୍ୟ ଦେଉଥିଲା। କେନ୍ଦ୍ରାପଡା ଏସପି ଖବର ପାଇବା ପରେ ଘଟଣା ସ୍ଥଳରେ ପହଂଚି ସାଇଂଟିଫିକ ଟିମ ଡକାଇ ତଦନ୍ତ ଆରମ୍ଭ କରିଥିଲେ। ମୃତ ଛାତ୍ରୀଙ୍କ ସବ ଜବତ କରି କେନ୍ଦ୍ରାପଡା ଆଣିଥିଲେ।ପରେ କେନ୍ଦ୍ରାପଡା ରେ ୠଗଞ ଡାକ୍ତର ଅଭାବ ପାଇଁ କଟକ ରେ ପୋଷ୍ଟମର୍ଟମ ହେବା ପାଇଁ ଏସପି ନିର୍ଦ୍ଦେଶ ଦେଇଥିଲେ।ଆଜି ସକାଳୁ ସକାଳୁ ପୋଷ୍ଟମର୍ଟମ ପାଇଁ କଟକ ଯିବ ଛାତ୍ରୀଙ୍କ ମୃତ ଦେହ ବୋଲି ଗଣମାଧ୍ୟମମାନଙ୍କୁ ସୂଚନା ଦେଇଥିଲେ ୠଗଞ ଡାକ୍ତରଙ୍କ ଅଭାବ ଯୋଗୁ କେନ୍ଦ୍ରାପଡା ରେ ହୋଇପାରିବନି ପୋଷ୍ଟମର୍ଟମ ।ଏସପି ସିଦ୍ଧାର୍ଥ କଟାରିଆଙ୍କ ସୂଚନା ମୁତାବକ ମୃତ ଛାତ୍ରୀଙ୍କ ପରିବାର ଲୋକ କେନ୍ଦ୍ରାପଡାରେ ପହଂଚିଲା ପରେ କଡା ସୁରକ୍ଷା ବଳୟରେ କଟକ ଯାଇଥିଲା ଛାତ୍ରୀଙ୍କ ମୃତ ଦେହ। ପରେ ଛାତ୍ରୀ ପୋଡି ଘଟଣାରେ ଏସପି ସିଦ୍ଧାର୍ଥ କଟାରିଆ ଡକାଇଥିଲେ ସାମ୍ବାଦିକ ସମ୍ମିଳନୀ। ଘଟଣାର ନିରପେକ୍ଷ ତଦନ୍ତ ଚାଲିଥିବା କହିଥିଲେ ଏସପି ସିଧାର୍ଥ କାଟାରିଆ କ୍ଷ ତେବେ ପୋଷ୍ଟମର୍ଟମ ପାଇଁ ଛାତ୍ରୀଙ୍କ ମୃତଦେହ କଟକ ଯାଇଥିବାବେଳେ ପୋଷ୍ଟମର୍ଟମର ଭିଡିଓ ଗ୍ରାଫି ମଧ୍ୟ କରାଯିବ କ୍ଷ ମୃତଦେହ ସହିତ କେନ୍ଦ୍ରାପଡାରୁ ମେଡିକାଲ ଅଫିସର, ସାଇଂଟିଫିକ୍ ଟିମ୍ ଓ ତଦନ୍ତକାରୀ ଅଧିକାରୀ ମଧ୍ୟ କଟକ ଯାଇଛନ୍ତି। ଆଜି ଘଟଣାର ଦ୍ୱିତୀୟ ଦିନରେ ମଧ୍ୟ ଏସପି ଘଟଣା ସ୍ଥଳରେ ତଦନ୍ତ କରିବେ। ଶୈଳେନ୍ଦ୍ର ପଲାଇଙ୍କ ବିରୁଦ୍ଧରେ ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ରଖି ଏସପି କହିଥିଲେ, ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପାଇବା ପରେ ତଦନ୍ତ ତ୍ୱରାନ୍ୱିତ ହେବ। ସେ ପର୍ଯ୍ୟନ୍ତ ଶୈଳେନ୍ଦ୍ର ପଲାଇ ପୋଲିସ ମୁଖ୍ୟାଳୟରେ ରହିବେ ବୋଲି ଏସପି ସୂଚନା ଦେଇଥିଲେ। ପରେ ଏହି ଘଟଣାରେ ରାଜନୀତି ଦେଖିବା ପାଇଁ ମିଳିଥିଲା। ପଟାମୁଣ୍ଡାଇ କାଠିଆପଡାରେ କଙ୍ଗ୍ରେସ ର ଏକ ଟିମ ପହଂଚି ପରିବାର ଲୋକଙ୍କୁ ସାନ୍ତ୍ୱନା ଦେବା ସହ କ୍ରାଇମବ୍ରାଂଚ ତଦନ୍ତ ଦାବି କରିଥିଲା। ପରେ କାଠିଆପଡା ଛାତ୍ରୀ ପୋଡି ଘଟଣା ର କ୍ରାଇମ ବ୍ରାଂଚ ତଥା ନ୍ୟାୟିକ ତଦନ୍ତ ଦାବି କରିଛି କେନ୍ଦ୍ରାପଡ଼ା ବିଜେଡି। କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଆଜି ଘଟଣାର ପ୍ରତିବାଦ କରିବା ସହ ପୋଲିସ ନିଷ୍କ୍ରିୟତା ବିରୁଦ୍ଧରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କାଠିଆପଡା ଛାତ୍ରୀ ପୋଡି ଘଟଣାର ମୃତ ଛାତ୍ରୀଙ୍କ ପରିବାରକୁ ଆର୍ôଥକ ସହାୟତା ପ୍ରଦାନ କରିବା ସହିତ ଅଭିଯୁକ୍ତ ପୋଲିସଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଗଣେଶ୍ୱର ଦାବି କରିଥିଲେ। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଶତାଧିକ ଦଳୀୟ କର୍ମୀ ଯୋଗ ଦେଇଥିଲେ। ଶେଷରେ ବିଧାୟକ ଗଣେଶ୍ୱର ବେହେରା ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। କଟକ ବଡ ଡାକ୍ତରଖାନା ରେ ପୋଷ୍ଟମର୍ଟମ ପରେ ମୃତଦେହ ନିଜ ଗାଁ କାଠିଆପଡାର ଗାଁ ଶ୍ମଶାନରେ ଶେଷ କୃତ୍ୟ କରାଯିବ ବୋଲି ସୂଚନା ମିଳିଛି।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି