ସମ୍ବଲପୁର, ୦୭ ଅଗଷ୍ଟ (ହି.ସ.)
ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଶିକ୍ଷା ଗୋଷ୍ଠି ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ଗଏଲମୁଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟ ଳର ପ୍ରଧାନ ଶିକ୍ଷକ ମନବୋଧ ପଟେଲଙ୍କ ବିରୋଧରେ ଗ୍ରାମବାସୀମାନେ କରିଛନ୍ତି ଗୁରୁତର ଅଭିଯୋଗ । ଜମନକିରା ବ୍ଲକ ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତରେ ଜମନକିରା ବିଡ଼ିଓ ରବୀନ୍ଦ୍ର ସେଠିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ଅନୁଯାୟୀ ଶ୍ରୀ ପଟେଲ ବିଦ୍ୟାଳୟର ଅନେକ ସରକାରୀ ଆସବାପତ୍ର ହେରଫେର ହୋଇଥିବା ଜାଣିବାକୁ ପାଉଛୁ, ଏବଂ ଏଭଳି ପରିସ୍ଥିତିରେ ତାଙ୍କ ବଦଳି ଅନ୍ୟତ୍ର କରାଯାଉଛି। ଶ୍ରୀ ପଟେଲ ଅନ୍ୟତ୍ର ବଦଳି ହେଲେ ବିଦ୍ୟାଳୟରେ ମାତ୍ର ଦୁଇଜଣ ଶିକ୍ଷୟିତ୍ରୀ ରହିଯିବେ ଏବଂ ତା ମଧ୍ୟରୁ ଜଣେ ଶିକ୍ଷୟିତ୍ରୀ ମାତୃତ୍ଵ ଅବକାଶ ପାଇଁ ଛୁଟିରେ ଯିବେ । ଏଭଳି ପରିସ୍ଥିତିରେ ପ୍ରଥମରୁ ସପ୍ତମ ଶ୍ରେଣୀ ଥିବା ଏହି ବିଦ୍ୟାଳୟରେ କେବଳ ଜଣେ ମାତ୍ର ଶିକ୍ଷୟିତ୍ରୀ ରହିବେ । ତାଙ୍କୁ ବଦଳି ପୂର୍ବରୁ ଜମନକିରା ବିଇଓଙ୍କ ଉପସ୍ଥିତି ରେ ସମସ୍ତ ସରକାରୀ ଆସବାପତ୍ର ହସ୍ତାନ୍ତର ସହିତ ଅନ୍ୟଜଣେ ଶିକ୍ଷକ ପ୍ରଦାନ କରାଯାଉ। ଏବଂ ଯଥାଶୀଘ୍ର ଏହାର ସମାଧାନ ନ କଲେ ଗ୍ରାମବାସୀ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ। ହେଲେ ଅଭିଯୋଗକୁ ପ୍ରଧାନ ଶିକ୍ଷକ ମନବୋଧ ପଟେଲ ଖଣ୍ଡନ କରିଛନ୍ତି । ଜମନକିରା ବିଡ଼ିଓଙ୍କୁ ଏସମ୍ପର୍କରେ ପଚାରିବାରୁ ଗ୍ରାମବାସି ଅଭିଯୋଗ ପତ୍ର ଦେଇଛନ୍ତି, ମୁଁ ବିଇଓଙ୍କୁ ଏହାର ତଦନ୍ତ ପାଇଁ କହିଛି । ତେଣୁ ତଦନ୍ତ ପରେ ଅଭିଯୋଗର ସମସ୍ତ ଗୁମରକଥା କଥା ଜଣାପଡିବ ବୋଲି କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ