ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣାର ପ୍ରତିବାଦ : ପୁରୀରେ ବିଜେଡ଼ି ପକ୍ଷରୁ ୬ ଘଂଟିଆ ବନ୍ଦ ପାଳନ
ପୁରୀ, ୭ ଅଗଷ୍ଟ (ହି.ସ.)- ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣାର ପ୍ରତିବାଦ କରିବା ସହିତ ଏହାର ନ୍ୟାୟିକ ତଦନ୍ତ ଓ ପୀଡ଼ିତାଙ୍କ ପରିବାରକୁ ୨ କୋଟି ଟଙ୍କାର ଆର୍ôଥକ ସହାୟତା ଦାବିରେ ଆଜି ବିଜୁ ଜନତା ଦଳ (ବିଜେଡ଼ି) ପକ୍ଷରୁ ୬ ଘଂଟିଆ ପୁରୀ ବନ୍ଦ ପାଳନ କରାଯାଇଛି । ସକାଳ ୬ଟାରୁ ମଧ୍ୟାହ୍ନ୧୨ଟା ପର୍ଯ୍ୟନ୍ତ ଶ
୬ ଘଂଟିଆ ପୁରୀ ବନ୍ଦ ପାଳନ


ପୁରୀ ଅଠରନଳା ଠାରେ ବିଧାୟକ ସୁନିଲ ମହାନ୍ତି, ପୁରୀ ସଦର ବ୍ଲକ ଚେୟାରମ୍ୟାନ ଦିବାକର ପାତ୍ର ଓ ଦଳୀୟ କର୍ମୀମାନେ


ପୁରୀ, ୭ ଅଗଷ୍ଟ (ହି.ସ.)- ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣାର ପ୍ରତିବାଦ କରିବା ସହିତ ଏହାର ନ୍ୟାୟିକ ତଦନ୍ତ ଓ ପୀଡ଼ିତାଙ୍କ ପରିବାରକୁ ୨ କୋଟି ଟଙ୍କାର ଆର୍ôଥକ ସହାୟତା ଦାବିରେ ଆଜି ବିଜୁ ଜନତା ଦଳ (ବିଜେଡ଼ି) ପକ୍ଷରୁ ୬ ଘଂଟିଆ ପୁରୀ ବନ୍ଦ ପାଳନ କରାଯାଇଛି । ସକାଳ ୬ଟାରୁ ମଧ୍ୟାହ୍ନ୧୨ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ହୋଇଛି । ବସ୍ ଚଳାଚଳ ବନ୍ଦ ରହିଥିବା ବେଳେ କାଁ ଭାଁ ଦୋକାନ ବଜାର ଖୋଲିଥିବା ଦେଖିବାକୁ ମିଳିଥିଲା ।

ପୁରୀ ଭୁବନେଶ୍ୱର ୩୧୬ ନଂ ଜାତୀୟ ରାଜପଥର ପିପିଲି ଟୋଲ ଗେଟ୍ ଠାରେ ବିଜେଡ଼ିର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଂଟିଆ, ପିପିଲିର ପୂର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ସେଠାରେ ଆନ୍ଦୋଳନରେ ସାମିଲ୍ ହୋଇଥିଲେ । ପିକେଟିଂ କରିବା ସହ ଧାରଣାରେ ବସି ରହିଥିଲେ । ଫଳରେ ଯାତ୍ରୀବାହି ବସ୍ ଗୁଡିକ କିଛି ଘଂଟା ଧରି ଅଟକି ରହିଥିଲା । ପୁରୀ ଅଠରନଳା ଠାରେ ବିଧାୟକ ସୁନିଲ ମହାନ୍ତି, ପୁରୀ ସଦର ବ୍ଲକ ଚେୟାରମ୍ୟାନ ଦିବାକର ପାତ୍ର ଓ ଦଳୀୟ କର୍ମୀମାନେ ସକାଳ ୮ଟା ଠାରୁ ହରତାଳ କରିଥିଲେ । ସେହିପରି ପୁରୀ ଜିଲ୍ଲାର ବ୍ରହ୍ମଗିରି ବଜାରରେ ବିଜେଡ଼ି ବ୍ଲକ ସଭାପତି ବିଦ୍ୟାଧର ସ୍ୱାଇଁଙ୍କ ନେତୃତ୍ୱରେ ବନ୍ଦ ପାଳନ କରାଯାଇଥିଲା । କୃଷ୍ଣପ୍ରସାଦ ଠାରେ ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ଦୋକାନ ବଜାର ବନ୍ଦ କରାଯାଇଥିଲା । ନିମାପଡ଼ା, କାକଟପୁର, ଗୋପ, ନୟାହାଟ, ଚାରିଛକ, ବଳଙ୍ଗା, ସାକ୍ଷିଗୋପାଳ ଠାରେ ଦଳୀୟ କର୍ମୀ ମାନେ ପିକେଟିଂ କରିବା ସହ ଦୋକାନ ବଜାର ବନ୍ଦ କରାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande