ରେଡ୍ ରନ୍ ୩.୦ (ମାରାଥନ) ଅନୁଷ୍ଠିତ
ଖୋର୍ଦ୍ଧା, ୭ ଅଗଷ୍ଟ (ହି.ସ.) - ଗୁରୁବାର ଓଡ଼ିଶା ରାଜ୍ୟ ଏଡ଼ସ୍ ନିୟନ୍ତ୍ରଣ ସମିତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜିଲ୍ଲା ସ୍ୱାସ୍ଥ୍ୟ ସମିତି,, ଜିଲ୍ଲା ଏଡ଼ସ୍ ପ୍ରତିକାର ଓ ନିୟନ୍ତ୍ରଣ ୟୁନିଟ୍ ମିଳିତ ଆନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ର
ମାରାଥନ


ଖୋର୍ଦ୍ଧା, ୭ ଅଗଷ୍ଟ (ହି.ସ.) - ଗୁରୁବାର ଓଡ଼ିଶା ରାଜ୍ୟ ଏଡ଼ସ୍ ନିୟନ୍ତ୍ରଣ ସମିତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜିଲ୍ଲା ସ୍ୱାସ୍ଥ୍ୟ ସମିତି,, ଜିଲ୍ଲା ଏଡ଼ସ୍ ପ୍ରତିକାର ଓ ନିୟନ୍ତ୍ରଣ ୟୁନିଟ୍ ମିଳିତ ଆନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ରେଡ୍ ରନ୍ (୩.୦) ମାରାଥନ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ଙ୍କ ନିର୍ଦ୍ଦେଶନାରେ ଓ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ମାରାଥନ ରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟରୁ ୭୦ ରୁ ଅଧିକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜୀବନ୍ତ ଆଚାର?୍ୟ୍ୟ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଟି . ବି) ଓ ନୋଡାଲ ଅଧିକାରୀ, ଏଡ଼ସ୍‌, ଖୋର୍ଦ୍ଧା ପତାକା ଦେଖାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଉଦ୍ଘାଟନ କରିଥିଲେ କ୍ଷ ମାରାଥନରାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାହାରି ଖୋର୍ଦ୍ଧା ସହର ମଧ୍ୟ ଦେଇ ଯୁବଗୋଷ୍ଠୀ ମାନଙ୍କୁ ଏଡସର ଭୟାଭହତା ସମ୍ୱନ୍ଧରେ ସଚେତନତା ବାର୍ତା,ସ୍ଲୋଗାନ ଦେଇ ନୂଆ ବସଷ୍ଟାଣ୍ଡ ଠାରେ ପହଂଚି ସେଠାରୁ ପୁନଃର୍ବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ପହଂଚିଥିଲା । କାର୍ଯ୍ୟକ୍ରମରେ ବି ଜେ ବି ସ୍ୱୟଂ ଶାସିତ ମହାବିଦ୍ୟାଳୟ, ମହର୍ଷି,,ପି ଏନ୍ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଗୋଦାବରୀଶ, ବାଲୁଗାଁ, ଗୋବିନ୍ଦପୁର, କେରଙ୍ଗ ପଂଚାୟତ ମହାବିଦ୍ୟାଳୟ ସମେତ ପାଇକ ପ୍ରତିଷ୍ଠାନ, ରିଲାଏନ୍ସ ଫାଉଣ୍ଡେସନ, ୟୁଥ୍ ସ୍ପୋର୍ଟସ, ଆମ୍ବେଦକର ମେମୋରିଆଲ ଶିକ୍ଷା ପ୍ରତିଷ୍ଠାନ , ଆର୍ମି ଶିକ୍ଷା ଓ। ନିଯୁକ୍ତି ପ୍ରତିଷ୍ଠାନର ଉତ୍ସାହୀ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ଏବଂ ବିଭିନ୍ନ ବର୍ଗର ସଚେତନ ନାଗରିକ ଯୋଗ ଦେଇଥିଲେ । ମାରାଥନ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଡାକ୍ତର ଜୀବନ୍ତ ଆଚାର୍ଯ୍ୟ,ଟି ବି ନୋଡାଲ ଅଧିକାରୀ, ଏଚ ଆଇ ଭି,ଏଡ଼ସ ଡାକ୍ତର, ମେଡିକାଲ ଅଧିକ୍ଷକ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଏବଂ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ରାଶି ପ୍ରଦାନ କରିଥିଲେ । ପୁରୁଷ ବିଭାଗରେ ଶୁଭମ୍ ବେହେରା, ଗୋବିନ୍ଦପୁର ମହାବିଦ୍ୟାଳୟ ପ୍ରଥମ ସ୍ଥାନ, ଅଜୟ ମୁଦୁଲି ଓ ଶିବ ମାଝୀ, ପାଇକ ପ୍ରତିଷ୍ଠାନ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ମହିଳା ବର୍ଗରେ ପୂଜା ବେହେରା, ଆମ୍ବେଦକର ଶିକ୍ଷା ପ୍ରତିଷ୍ଠାନ, ପ୍ରଥମ, ସାଇବା ପିଙ୍ଗୁଆ ଏବଂ ସୁଭଦ୍ରା ହିକକା, ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଜିନ୍ଦଲ ଫାଉଣ୍ଡେସନ ସହାୟତାରେ ସମସ୍ତ ପ୍ରତିଯୋଗୀଙ୍କୁ ଟି ସାର୍ଟ ଓ ଟୋପି ପ୍ରଦାନ କରାଯାଇଥିଲା । ବିଧାନ ଚନ୍ଦ୍ର ନାୟକ,ଡି ପି ଏମ ସମ୍ବର୍ଦ୍ଧନା ସଭା ସଂଯୋଜନା କରିଥିବା ବେଳେ କିଶୋର କାନୁନଗୋ, ଅଶୋକ ଦାସ, ଜୟନ୍ତିବାଳା ସାମନ୍ତରାୟ, ବିମଳ ମାନସିଂହ,ଆଇ ଇ ଟି ସି ,ଡି ଏସ ଆର ସି,କାଉନସିଲର,ଏଲ ଟି,ଟି ଆଇ,ଏଲ ଡବ୍ଲୁ ଏସ,ସି ଏସ ସି ପ୍ରକଳ୍ପର ଅଧିକାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande