ପୁରୀ, 7 ଅଗଷ୍ଟ (ହି.ସ.)
ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ସ୍ପେସିଆଲ ଇଣ୍ଟେନସିଭ ରିଭିଜନ (ଏସ ଆଇ ଆର) ପ୍ରଶିକ୍ଷଣ ଶିବିର ବୁଧବାରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଶିକ୍ଷଣ ଶିବିରରେ ଉପ-ଜିଲ୍ଲାପାଳ ରାଜକିଶୋର ଜେନା, ମଣ୍ଡଳ ଉନ୍ନୟନ ଅଧିକାରୀ (ପୁରୀ ସଦର) ସମ୍ବିତ ଶତପଥୀ ଓ ଡେପୁଟି କଲେକ୍ଟର (ନିର୍ବାଚନ) ଆଦ୍ୟାଶା ରଥ ଉପସ୍ଥିତ ରହିଥିଲେ ।ଏହି ଶିବିରରେ ନିଯୁକ୍ତ ଜିଲ୍ଲା ସ୍ତରୀୟ ମାଷ୍ଟର୍ ପ୍ରଶିକ୍ଷକ ଓ ବିଧାନସଭା ସ୍ତରୀୟ ମାଷ୍ଟର୍ ପ୍ରଶିକ୍ଷକ ମାନଙ୍କୁ ଉପ-ଜିଲ୍ଲାପାଳ ଓ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ମାଷ୍ଟର ଟ୍ରେନର ଭାବରେ ବିଶେଷ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।ଏହି ପ୍ରଶିକ୍ଷଣ ମାଧ୍ୟମରେ ସ୍ପେସିଆଲ ଇଣ୍ଟେନସିଭ ରିଭିଜନ (ଏସ ଆଇ ଆର) ର ନିୟମ ଅନୁଯାୟୀ ଉକ୍ତ କାର୍ଯ୍ୟକୁ ସୂଚାରୁ ଭାବେ ସମ୍ପାଦନ କରିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ