ଉଧମପୁରରେ ସିଆରପିଏଫ ଗାଡ଼ି ନାଳରେ ପଡ଼ିଲା : ତିନି ଜଣ ସୈନିକଙ୍କ ମୃତ୍ୟୁ, ୧୫ ଆହତ
ଜମ୍ମୁ, ୭ ଅଗଷ୍ଟ (ହି.ସ.)- ଗୁରୁବାର ଜମ୍ମୁ ଡିଭିଜନର ଉଧମପୁର ଜିଲ୍ଲାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ (ସିଆରପିଏଫ)ର ଏକ ଗାଡ଼ି ରାସ୍ତାରୁ ଖସି ନାଳରେ ପଡ଼ିଛି । ଏହି କାରଣରୁ ତିନି ଜଣ ସୈନିକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୧୫ ଜଣ ଆହତ ହୋଇଛନ୍ତି । ଅଧିକାରୀମାନେ କହିଛନ୍ତି ଯେ, ସକାଳ ପ୍ରାୟ ସାଢ଼
ଉଧମପୁରରେ ସିଆରପିଏଫ ଗାଡ଼ି ନାଳରେ ପଡ଼ିଲା : ତିନି ଜଣ ସୈନିକଙ୍କ ମୃତ୍ୟୁ, ୧୫ ଆହତ


ଜମ୍ମୁ, ୭ ଅଗଷ୍ଟ (ହି.ସ.)- ଗୁରୁବାର ଜମ୍ମୁ ଡିଭିଜନର ଉଧମପୁର ଜିଲ୍ଲାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ (ସିଆରପିଏଫ)ର ଏକ ଗାଡ଼ି ରାସ୍ତାରୁ ଖସି ନାଳରେ ପଡ଼ିଛି । ଏହି କାରଣରୁ ତିନି ଜଣ ସୈନିକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୧୫ ଜଣ ଆହତ ହୋଇଛନ୍ତି ।

ଅଧିକାରୀମାନେ କହିଛନ୍ତି ଯେ, ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ କଡୱା ଅଂଚଳରେ ଏହି ଘଟଣା ଘଟିଥିଲା, ଯେତେବେଳେ ସୈନିକମାନେ ବସନ୍ତ ଗଡ଼ରୁ ଏକ ଅପରେସନରୁ ଫେରୁଥିଲେ । ସିଆରପିଏଫର ୧୮୭ତମ ବାଟାଲିୟନର ଗାଡ଼ିରେ ୨୩ ଜଣ ସୈନିକ ଥିଲେ । ଘଟଣାସ୍ଥଳରେ ଦୁଇ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି, ଯେଉଁଠାରେ ଆଉ ଜଣେ ସୈନିକଙ୍କ ମୃତ୍ୟୁ ଘଟିବା ସହିତ ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି ।

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ 'ଏକ୍ସ' ରେ ଏକ ପୋଷ୍ଟରେ କହିଛନ୍ତି ଯେ, କାଣ୍ଡୱା-ବସନ୍ତଗଡ଼ ଅଂଚଳରେ ଏକ ସିଆରପିଏଫ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଉଧମପୁର ଡେପୁଟି କମିଶନର ସଲୋନି ରାୟ ବ୍ୟକ୍ତିଗତ ଭାବରେ ପରିସ୍ଥିତି ଉପରେ ନଜର ରଖିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande