Bhubaneswar, 7 ଅଗଷ୍ଟ (ହି.ସ.)
ଜୟପୁର
କୋରାପୁଟ ଜିଲ୍ଲା ଜୟପୁର ସଦରଥାନାର ଘିଉରୀ ଗ୍ରାମ ଠାରେ କମେଣ୍ଟ ମରାକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ଗତ ୩୧ ତାରିଖରେ ମାରପିଟ ହୋଇଥିଲେ । ଏଥିନେଇ ସଦରଥାନାରେ ଉଭୟ ପକ୍ଷରୁ ପୃଥକ ପୃଥକ ଦୁଇଟି ମାମଲା ରୁଜୁ ହୋଇଥିଲା । ଏହିପରି ଗୋଷ୍ଠୀର ୧୧ ଜଣ ଏବଂ ଅନ୍ୟ ଗୋଷ୍ଠୀର ୧୫ ଜଣଙ୍କ ନାମରେ ଅଭିଯୁକ୍ତ ରହିଥିବା ଯୋଗୁଁ । ଆଜି ଗୋଟିଏ ଗୋଷ୍ଠୀର ଅଭିଯୁକ୍ତ ଘିଉରୀ ଗ୍ରାମର ସାଜନ ହରିଜନ (୧୮)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ଅଭିଯୁକ୍ତ ମାନେ ଫେରାର ରହିଛନ୍ତି ଏବଂ ଅତିଶିଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି । ଏହି ମାମଲା ତଦନ୍ତ ଗାଗନାପୁର ଫାଣ୍ଡି ଅଧିକାରୀ ଚିତ୍ତରଞ୍ଜନ ପ୍ରଧାନ କରୁଥିବା ବେଳେ ଗ୍ରାମର ଅଭିଯୁକ୍ତ ପୁରୁଷ ମାନେ ଫେରାର ରହିଛନ୍ତି । ସୂଚନାଯୋଗ୍ୟ, ଗତ ୩୧ ତାରିଖରେ ହରିଜନ ସାହିର ଜଣେ ମହିଳାଙ୍କୁ କମେଣ୍ଟ ମରା ଘଟଣାକୁ ନେଇ ଉଭୟ ପକ୍ଷ ମଧ୍ୟାରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି