କିସ୍ ଶିକ୍ଷାନୁଷ୍ଠାନରେ ସଂସ୍କୃତ ସପ୍ତାହ ପାଳିତ
ବାରିପଦା, ୭ ଅଗଷ୍ଟ (ହି.ସ.)- କିସ୍ ବାରିପଦାରେ ଦେବଭାଷା ସଂସ୍କୃତ ସପ୍ତାହ ଅତି ଆନନ୍ଦ ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଗଣେଶ ମିଶ୍ର ପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରିବା ସହ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଅତିଥି ଓ ଛାତ୍ରୀ ମାନେ ନିଜ ବକ୍ତବ୍
Sanskruta saptaha


Sanskruta Sptaha Palita


ବାରିପଦା, ୭ ଅଗଷ୍ଟ (ହି.ସ.)- କିସ୍ ବାରିପଦାରେ ଦେବଭାଷା ସଂସ୍କୃତ ସପ୍ତାହ ଅତି ଆନନ୍ଦ ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଗଣେଶ ମିଶ୍ର ପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରିବା ସହ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଅତିଥି ଓ ଛାତ୍ରୀ ମାନେ ନିଜ ବକ୍ତବ୍ୟରେ ସଂସ୍କୃତ ଭାଷାର ସମଗ୍ର ବିଶ୍ୱକୁ ଅବଦାନ ଓ ଉକ୍ତ ପ୍ରାଚୀନ ଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର ଉପରେ ଆଲୋକପାତ କରିଥିଲେ। ଅତିରିକ୍ତ ଉନ୍ନୟନ ଅଧିକାରୀ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

ଛାତ୍ରୀ ମାନେ ଅତି ସୁନ୍ଦର ଭାବରେ ସଂସ୍କୃତ ଭାଷାରେ ନିଜର ବକ୍ତବ୍ୟ ରଖିବା ସହ ଗୀତାର ବିଭିନ୍ନ ଶ୍ଳୋକ ପାଠ କରିଥିଲେ। ସଂସ୍କୃତ ଶିକ୍ଷକ ଚକ୍ରଧର ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ଜୟନ୍ତୀ ଧାଉଁରିଆ ସମେତ ସମସ୍ତ କର୍ମଚାରୀ ଉପସ୍ଥିତି ରହି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ଶେଷରେ ଅନୁଷ୍ଠାନର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande