ସେଚେତନତା ଶିବିର
Bhubaneswar, 7 ଅଗଷ୍ଟ (ହି.ସ.) ଜୟପୁର ଆଇନ ସେବା ପ୍ରାଧିକରଣ, ଜୟପୁର ଆନୁକୂଲ୍ୟରେ ଆଜି ଟାଙ୍କୁଆ ଗ୍ରାମ ସଭାଗୃହ ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଅଛି । ଏଥିରେ ମୁଖ୍ୟ ଅତୀଥି ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବିଚାରପତି ଶ୍ରୀମତୀ ପ୍ରଦ୍ୟୋମୟୀ ସୁଜତା ଯୋଗଦେଇଥିଲେ। ଅନ
ସେଚେତନତା ଶିବିର


ବିକ୍ରମଦେବ ଛାତ୍ରାବାସ ପରିଦର୍ଶନ କଲେ କୁଳ ସଚିବ


Bhubaneswar, 7 ଅଗଷ୍ଟ (ହି.ସ.)

ଜୟପୁର

ଆଇନ ସେବା ପ୍ରାଧିକରଣ, ଜୟପୁର ଆନୁକୂଲ୍ୟରେ ଆଜି ଟାଙ୍କୁଆ ଗ୍ରାମ ସଭାଗୃହ ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଅଛି । ଏଥିରେ ମୁଖ୍ୟ ଅତୀଥି ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବିଚାରପତି ଶ୍ରୀମତୀ ପ୍ରଦ୍ୟୋମୟୀ ସୁଜତା ଯୋଗଦେଇଥିଲେ। ଅନ୍ୟ ଅତିଥି ଭାବରେ ଜିଲ୍ଲ ଶ୍ରମ ଅଧିକାରୀ, ଜୟପୁର ଶୁଶ୍ରୀ ସବିତା କୁମାରୀ ନାୟକ, ଡିଇଓ, ଶ୍ରୀ ମନୋଜ ପାଣିଗ୍ରାହି, ଟାଙ୍କୁଆ ଗ୍ରାମପଞ୍ଚାୟତ ପିଇଓ ଶ୍ରୀ ରମଣୀ ରଂଜନ ତ୍ରିପାଠୀ, ସରପଞ୍ଚ ଶ୍ରୀମତୀ ରୁକ୍ମଣୀ ଗାଦାବା, ସମିତି ସଭ୍ୟ ଶ୍ରୀ ଶ୍ୟାମ ପରଜା ଶିବିରରେ ଯୋଗଦେଇଥିଲେ। ଉପସ୍ଥିତ ଥିବା ଜନସାଧାରଣ ମାନଙ୍କୁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ବିଷୟରେ ଅବଗତ କରାଇଥିଲେ। ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସମ୍ବନ୍ଧୀୟ ରହିଥିବା ଯୋଜନା ବିଷୟରେ କହିଥିଲେ ଶିକ୍ଷା ସହାୟତା ଷଷ୍ଠ ଓ ସପ୍ତମ ଶ୍ରେଣୀ କନ୍ୟା ସନ୍ତାନ ପାଇଁ ବର୍ଷ କୁ 200000, ଅଷ୍ଟମ ଶ୍ରେଣୀ ଉଭୟ ପୁଅ ଏବଂ ଝିଅଙ୍କ ପାଇଁ ବର୍ଷକୁ ଦୁି ଲକ୍ଷ, ନବମ ଶ୍ରେଣୀ ଉଭୟ ପୁଅ ଝିଅ ପାଇଁ ବର୍ଷକୁ ତିନି ଲକ୍ଷ ଏବଂ ଦଶମ ଶ୍ରେଣୀ ଉଭୟ ପୁଅ ଝିଅ ପାଇଁ ବର୍ଷକୁ ଚାରିଲକ୍ଷ ସହାୟତା ରହିଅଛି। (କେବଳ ପଞ୍ଜିକୃତ କରିଥିବା ନିର୍ମାଣ ଶ୍ରମିକଙ୍କୁ ) ସ୍ବାଭାବିକ ମୃତ୍ୟୁ କାଳୀନ ସହାୟତା ଏକାକାଳୀନ ଦୁଇ ଲକ୍ଷ ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ଚାରି ଲକ୍ଷ ଦିଆଯାଇଥାଏ। ତା ସହିତ ଆଇନ ସଚେତନା ଶିବିରରେ ହିତାଧିକାରୀ ମାନଙ୍କୁ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଦୁଇ ଜଣ ହିତାଧିକାରୀଙ୍କୁ ଏକାସଙ୍ଗରେ ମୃତ୍ୟୁକାଳିନ ସହାୟତା ଦୁଇ ଦୁଇ ଲକ୍ଷ ଟଙ୍କା ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଏବଂ ଜିଲ୍ଲା ଶ୍ରମ ଅଧିକାରି ଙ୍କ ହସ୍ତରେ ପ୍ରଦାନ କରାଯାଇଥିଲା। ସେହିପରି ବ୍ଲକ୍ ସାମାଜିକ ସୁରକ୍ଷା ଜୟପୁର କାର୍ଯ୍ୟଳୟ ତରଫରୁ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ମଧ୍ୟ ଶିବିରରେ ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande