ଉଦଘାଟନର ପାଞ୍ଚ ଦିନରେ ଗଳି ପଡ଼ିଲା ଜନ ପ୍ରତିକ୍ଷାଳୟ ସିଲିଂ
କେନ୍ଦୁଝର, ୭ ଅଗଷ୍ଟ (ହି.ସ.)- ଗତ ରବିବାର ତିନି ତାରିଖରେ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଥିଲେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଗସ୍ତ ସମୟରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଜିଲ୍ଲାର ଭିତ୍ତିଭୂମିକୁ ସର୍ବଶ୍ରେଷ୍ଠ କରି ଗଢି ତୋଳିବାକୁ ପରାମର୍ଶ ମଧ୍ୟ
Silling fall


କେନ୍ଦୁଝର, ୭ ଅଗଷ୍ଟ (ହି.ସ.)-

ଗତ ରବିବାର ତିନି ତାରିଖରେ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଥିଲେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଗସ୍ତ ସମୟରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଜିଲ୍ଲାର ଭିତ୍ତିଭୂମିକୁ ସର୍ବଶ୍ରେଷ୍ଠ କରି ଗଢି ତୋଳିବାକୁ ପରାମର୍ଶ ମଧ୍ୟ ଦେଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏକ ଜନ ପ୍ରତିକ୍ଷାଳୟକୁ ଉଦଘାଟନ ମଧ୍ୟ କରିଥିଲେ। ଏହାକୁ ଉଦଘାଟନ କରିବା ସହ ଏହାର ସୁନ୍ଦର କାର୍ଯ୍ୟଦେଖି ଖୁସି ବ୍ୟକ୍ତ କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ଏହି ଜନ ପ୍ରତୀକ୍ଷାଳୟର ମାତ୍ର ପାଞ୍ଚ ଦିନ ମଧ୍ୟରେ ସିଲିଂ ଖସି ପଡ଼ିଛି। ଆଜି ସକାଳୁ ଏହି ପ୍ରତିକ୍ଷାଳୟରେ କିଛି ଲୋକ ବସିଥିବା ବେଳେ କିଛି ସିଲିଂ ଖସି ପଡିଥିଲା। ସିଲିଂ ପଡି କାହାର କିଛି କ୍ଷତି ହୋଇନଥିବା ବେଳେ ଏନେଇ ଅସନ୍ତୋଷ ପ୍ରକାଶ ପାଇଛି। ଖବର ପାଇ ନିର୍ମାଣ କରିଥିବା ଠିକାଦାର କିଛି ପ୍ରକାଶ କରିବାକୁ ମନା କରିଥିବା ବେଳେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସମ୍ବିତ ମହାନ୍ତିଙ୍କୁ ପଚାରିବାରୁ କିଏ ଜାଣିଶୁଣି କରିଥିବା ପ୍ରକାଶ କରିଥିଲେ। ଏଥିପାଇଁ ଦଶ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୂର୍ତ୍ତ ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ କାମ ଠିକ୍ ହୋଇଥିବା ଅଧିକ୍ଷଣ ଯନ୍ତ୍ରୀ ପ୍ରକାଶ କରିଛନ୍ତି। ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏଭଳି ସିଲିଂ ଗଳି ପଡ଼ିବା ନେଇ ଠିକାଦାର ଓ ବିଭାଗ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande