ଅଡିଟୋରିୟମ ୨୫ ତାରିଖ ସୁଦ୍ଧା ମରାମତି ପାଇଁ ଉପ ଜିଲାପାଳ ଦେଲେ ନିର୍ଦ୍ଦେଶ
ଜୟପୁର, ୭ ଅଗଷ୍ଟ (ହି.ସ.)- ଜୟପୁର ସହରରେ ପ୍ରତାପ ନାରାୟଣ ସିଂ ଦେଓ ଅଡିଟୋରିୟମ ବିପଦସଙ୍କୁଳ ଅବସ୍ଥାରେ ରହିଥିଲା । ଏହାର ମରାମତି କାର୍ଯ୍ୟ ଚାଲିଛି । ଆଜି ଜୟପୁର ଉପ ଜିଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରି ଅକା ବରମ ଶଶ୍ୟା ରେଡ୍ଡି ପହଞ୍ଚି ସମିକ୍ଷା କରିଛନ୍ତି । ଆସନ୍ତା ୨୫ ତାରିଖ ସୁଦ୍ଧ
ଅଡିଟୋରିୟମ  ୨୫ ତାରିଖ  ସୁଦ୍ଧା ମରାମତି ପାଇ  ଉପ ଜିଲାପାଳ ଦେଲେ ନିଦ୍ଦେଷ


ଜୟପୁର, ୭ ଅଗଷ୍ଟ (ହି.ସ.)- ଜୟପୁର ସହରରେ ପ୍ରତାପ ନାରାୟଣ ସିଂ ଦେଓ ଅଡିଟୋରିୟମ ବିପଦସଙ୍କୁଳ ଅବସ୍ଥାରେ ରହିଥିଲା । ଏହାର ମରାମତି କାର୍ଯ୍ୟ ଚାଲିଛି । ଆଜି ଜୟପୁର ଉପ ଜିଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରି ଅକା ବରମ ଶଶ୍ୟା ରେଡ୍ଡି ପହଞ୍ଚି ସମିକ୍ଷା କରିଛନ୍ତି । ଆସନ୍ତା ୨୫ ତାରିଖ ସୁଦ୍ଧା ମରାମତି କାର୍ଯ୍ୟ ଶେଷ କରିବାକୁ ଯନ୍ତ୍ରୀ ଓ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉପ ଜିଲାପାଳଙ୍କ ସହ ଅତିରିକ୍ତ ପୌର ନିର୍ବାହୀ ଅଧିକାରି ପୁଜା ରାଉତ, କନିଷ୍ଠ ଯନ୍ତ୍ରୀ ତୈତନ୍ୟ ବାସକି, ସତ୍ୟ ନାରାୟଣ ପାତ୍ର, ଦେବ ପ୍ରସାଦ ମହାନ୍ତି ଉପସ୍ଥିତ ଥିଲେ । ପେଇଟିଙ୍ଗି, ଚେୟାର, ଇକୋ ସିଷ୍ଟମ, ସିଲିଙ୍ଗ, ଗ୍ୟାଟ ଆଦି ଲାଗିବ । ପୁରୁଣା ଅଡିଟରିୟମ ରକ୍ଷଣା ବେକ୍ଷଣ ଅଭାବରୁ ଏହା ଦୟନିୟ ହୋଇ ପଡିଥିଲା । ସୁରକ୍ଷା ଅଭାବରୁ ଏଠାରୁ ବହୁ ସମଗ୍ରୀ ଚୋରି ହୋଇଯାଇଥିଲା l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande