କେନ୍ଦୁଝର, ୭ ଅଗଷ୍ଟ (ହି.ସ.) - ଆସନ୍ତା ରାକ୍ଷୀ ପୂର୍ଣିମା ଅବସରରେ ରାଜ୍ୟ ସରକାର ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପ୍ରଦାନ କରିବେ। ଏହି ଅବସରରେ ସ୍ଥାନୀୟ ଅଡିଟୋରିୟରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲାର ବରେଣ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଯୋଗ୍ୟ ହିତାଧିକାରୀଙ୍କୁ ତୃତୀୟ କିସ୍ତି ପ୍ରଦାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA