ଭୁବନ, ୭ ଅଗଷ୍ଟ (ହି.ସ.)- ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ସ୍ୱାଧୀନତା ଦିବସ ପାଳନ ପାଇଁ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ପରିଷଦ ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଭୁବନ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ (ମିନି ଷ୍ଟାଡିୟମ ) ଠାରେ ସକାଳ ୦୮:୩୦ ରେ ସ୍ୱାଧୀନତା ଦିବସ ପାଳନ କରାଯିବ । କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତୋଳନ କରିବେ ବୋଲି ନିଷ୍ପତି ହୋଇଥିଲା। ଭୁବନ ଏନ୍ ଏ ସି ରେ ୨୮ ଟି ସରକାରୀ , ବେସରକାରୀ ,ସ୍କୁଲ ,କଲେଜ ର ବେଷ୍ଟ ଷ୍ଟୁଡେଂଟସଙ୍କୁ ସମ୍ମାନିତ କରାଯିବା ସହିତ ମାଟ୍ରିକ ଟପ୍ପର ଙ୍କ ସମ୍ବର୍ଦ୍ଧିତ କରାଯିବ । ସକାଳ ୮ ଘଟିକା ଠାରୁ ଦିବା ୧୧ ଘଟିକା ପର୍ଯ୍ୟନ୍ତ କାଳୀ ବଜାର ଠାରୁ ନୂଆ ବଜାର ( ବସ ଷ୍ଟାଣ୍ଡ) ଦେଇ ଗୋଡ଼ି ପୋଖରୀ ଛକ ମଧ୍ୟରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବାକୁ ନିଷ୍ପତି ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ କାଉନସିଲର ଗିରିଧାରୀ ସାହୁ,ପପୁ କୁମାର ସାହୁ, ନରେନ୍ଦ୍ର ବେହେରା,ମନ ମୋହନ ସାହୁ, ସୁଶାନ୍ତ ନାୟକ,ମଞ୍ଜୁଲତା ସେଠୀ,ଉପାଧ୍ୟକ୍ଷା ମାନିନୀ ସାହୁ, କାଳୀ ବଜାର ସଭାପତି ସମୀର କୁମାର ସାହୁ,ନୂଆ ବଜାର କର୍ମକର୍ତା ଅରୁଣ କୁମାର ସାହୁ,ଏନ୍ ଏ ସି କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ,ଶକ୍ତି ପ୍ରସାଦ ସାହୁ, ବିଦ୍ୟୁତ ବିଭାଗ ଆସିଷ୍ଟାଣ୍ଟ ମ୍ୟାନେଜର ନଳିନୀ ଶଙ୍କର ରଥ,ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ବିଶ୍ୱାଳ ଓ ସମସ୍ତ ବିଦ୍ୟାଳୟ,ମହାବିଦ୍ୟାଳୟ ର ଶିକ୍ଷକ ମାନେ ଉପସ୍ଥିତ ଥିଲେ । ଶେଷରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ